Latest Odisha News

୧୬ ଦିନରେ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରିଛି ୫୦% ୨ ହଜାର ନୋଟ୍

ମୁମ୍ବାଇ: ୨ ହଜାର ନୋଟ୍ ବଜାରରୁ ପ୍ରତ୍ୟାହାର ନେଇ ଆରବିଆଇ ଘୋଷଣାର ୧୬ ଦିନ ପରେ ବ୍ୟାଙ୍କିଂ ବ୍ୟବସ୍ଥାକୁ ୧.୮୦ ଲକ୍ଷ କୋଟି ମୂଲ୍ୟର ୨ ହଜାରର ନୋଟ୍ ଫେରିଛି । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ବଜାରରେ ଥିବା ମୋଟ୍ ୨ ହଜାର ନୋଟର ୫୦ ପ୍ରତିଶତ ନୋଟ୍ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରିଥିବା କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ଆରବିଆଇ ଅନୁସାରେ, ବ୍ୟାଙ୍କିଂ ବ୍ୟବସ୍ଥାରେ ୩.୬୨ ଲକ୍ଷ କୋଟି ମୂଲ୍ୟର ୨ ହଜାର ନୋଟ୍ ପ୍ରଚଳନ ହୋଇଥିଲା । ଆରବିଆଇର ଘୋଷଣା ପରେ ଲୋକେ ୮୫ ପ୍ରତିଶତ ୨ ହଜାରର ନୋଟ୍ ବ୍ୟାଙ୍କରେ ଜମା କରୁଛନ୍ତି । ୨ ହଜାର ନୋଟ୍ ଜମା ଓ ବଦଳ ପାଇଁ ଆରବିଆଇ ୪ ମାସ ସମୟ ଦେଇଛି ।

୨ ହଜାର ନୋଟ୍ ବଜାରରୁ ପ୍ରତ୍ୟାହାର ହେଉଥିବା ବେଳେ ପୁଣି ୧ ହଜାରର ନୋଟ୍ ଆସିବ କି ? ଏନେଇ ସାମ୍ବାଦିକ କରିଥିବା ପ୍ରଶ୍ନରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଏନେଇ ମୋ ନିକଟରେ କୌଣସି ସୂଚନା ନାହିଁ । ଏବେ ସେଭଳି କିଛି ପ୍ରସ୍ତାବ ନଥିବା କହିଛନ୍ତି ଶକ୍ତିକାନ୍ତ ଦାସ ।

ଚଳିତବର୍ଷ ମେ ୧୯ରେ ଆରବିଆଇ ୨ ହଜାର ନୋଟ୍ ପ୍ରତ୍ୟାହାର ନେଇ ଘୋଷଣା କରିଥିଲା । କୁହାଯାଇଥିଲା, କେବଳ ବିତରଣରୁ ୨ ହଜାର ନୋଟକୁ ବାଦ୍ ଦିଆଯାଉଛି କିନ୍ତୁ ଏହି ନୋଟ୍ ଆଇନତଃ ବୈଧ । ୨ ହଜାର ନୋଟ୍ ବଦଳ ପାଇଁ ଆରବିଆଇ ସେପ୍ଟେମ୍ବର ୩୦ ଯାଏ ସମୟ ଦେଇଛି ।

Leave A Reply

Your email address will not be published.