ଭୁବନେଶ୍ୱର: ଅନ୍ତର୍ଜାତୀୟ ସ୍ତରରେ ପୁଣି ଥରେ ଓଡ଼ିଶାକୁ ପ୍ରଶଂସା। କରୋନା ମୁକାବିଲା ପ୍ରସ୍ତୁତି ନେଇ ଓଡ଼ିଶାକୁ ପ୍ରଶଂସା କରିଛି ବ୍ରିଟିଶର ପ୍ରତିଷ୍ଠିତ ଓ ସର୍ବପୁରାତନ ମେଡିକାଲ୍ ଜର୍ଣ୍ଣାଲ ଦି ଲାନସେଟ୍ । ‘ଭାରତରେ କୋଭିଡ୍ ଏମର୍ଜେନ୍ସୀ’ ଶୀର୍ଷକ ସମ୍ପାଦକୀୟରେ ଓଡ଼ିଶାର ଅକ୍ସିଜେନ୍ ଯୋଗାଣ କଥା ଉଲ୍ଲେଖ କରିଛି । କରୋନାର ସେକେଣ୍ଡ ଓ୍ୱେଭ ବେଳେ ଭାରତରେ ଅକ୍ସିଜେନକୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହେଲା । ଲାନସେଟ କହିଛି, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ଭଳି କିଛି ରାଜ୍ୟରେ ଅନାଚନ ସଂକ୍ରମଣ ବୃଦ୍ଧି ସଙ୍ଗୀନ ପରିସ୍ଥିତି ସୃଷ୍ଟି ହେଲା । ହସ୍ପିଟାଲ ଭର୍ତ୍ତି ହୋଇଗଲା । ଶ୍ମଶାନରେ ଶେଷକୃତ୍ୟ ପାଇଁ ଜାଗା ବି ମିଳିଲା ନାହିଁ ।

ଦି ଲାନସେଟ୍ ନିଜ ସମ୍ପାଦକୀୟରେ ଓଡ଼ିଶାକୁ ତାରିଫ କରି କହିଛି, ଓଡ଼ିଶା କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିଥିଲା । ଉତ୍ତମ ପ୍ରସ୍ତୁତି କରିଥିଲା । ଅଧିକ ମେଡିକାଲ୍ ଅକ୍ସିଜେନ ଉତ୍ପାଦନ କଲା ଓଡ଼ିଶା । ଯେତେବେଳେ ସାରା ଦେଶରେ ଅକ୍ସିଜେନ୍ ସମସ୍ୟା ଥିଲା ଅନ୍ୟ ରାଜ୍ୟକୁ ବି ଓଡ଼ିଶା ଯୋଗାଣ କଲା ବୋଲି ଲାନସେଟ୍ କହିଛି । ଏହାସହ କେରଳକୁ ବି କରୋନା ମୁକାବିଲା ପ୍ରସ୍ତୁତି ନେଇ ପ୍ରଶଂସା କରିଛି ।

କେନ୍ଦ୍ର ସରକାରଙ୍କ କୋଭିଡ୍ ମୁକାବିଲା ପ୍ରସ୍ତୁତିକୁ ନେଇ ଅନେକ ପ୍ରଶ୍ନ ଉଠାଇଛି ଦି ଲାନସେଟ୍ । ସେକେଣ୍ଡ ଓ୍ୱେଭ ଆସିବା ଓ ସଂକ୍ରମଣ ବୃଦ୍ଧି ଆଶଙ୍କା ଥିଲେ ବି ଭାରତରେ ବଡ଼ ବଡ଼ ରାଜନୈତିକ ରାଲି ହେଲା । ଧାର୍ମିକ ପର୍ବପର୍ବାଣୀ ଭଳି ସୁପରସ୍ପ୍ରେଡର ଇଭେଣ୍ଟକୁ ସରକାର ଅନୁମତି ଦେଲେ ବୋଲି ଲାନସେଟ୍ କହିଛି । ଟିକାକରଣକୁ ନେଇ ବି ସମାଲୋଚନା କରିଛି ବ୍ରିଟିଶ ଜର୍ଣ୍ଣାଲ ।
BREAKING NEWS
- ଅଣ୍ଡର ୧୯ ଏସିଆ କପ: ଭାରତୀୟ ଦଳ ଘୋଷଣା, ସେହୱାଗ ଓ ଦ୍ରାବିଡ଼ଙ୍କ ପୁଅଙ୍କୁ ମିଳିଲା ସ୍ଥାନ
- IEDs recovered:ନକ୍ସଲ ବିରୋଧୀ ଅଭିଯାନରେ ବଡ଼ ସଫଳତା; ସରଣ୍ଡା ଜଙ୍ଗଲରୁ ଦୁଇଟି ଶକ୍ତିଶାଳୀ ଲ୍ୟାଣ୍ଡମାଇନ ଜବତ
- ୩ ବର୍ଷର ସମ୍ପର୍କ ଭାଙ୍ଗିଲା! ଇବ୍ରାହିମ୍ ଅଲୀ ଖାନ୍ ଓ ପଲକ ତିୱାରୀଙ୍କର ହେଲା କି ବ୍ରେକ୍-ଅପ୍?
- ‘ଇଠା’ ଟ୍ରେଲର ରିଲିଜ୍, ‘ବିଠାବାଇ’ ଭୂମିକାରେ ଶ୍ରଦ୍ଧାଙ୍କ ଦମଦାର ଡାନ୍ସ ଓ ଆକ୍ଟିଂ
- ଟିମ୍ ଇଣ୍ଡିଆ ଏତେ ଟି୨୦ ମ୍ୟାଚ୍ ଖେଳୁଛି କାହିଁକି ? ୱାର୍ଲ୍ଡ କପ୍ ପରେ ଭାରତ ସବୁଠୁ ଆଗରେ, ଅଷ୍ଟ୍ରେଲିଆ ବହୁ ପଛରେ
- ଅକଲାଣ୍ଡ ଟି୨୦: ନ୍ୟୁଜିଲାଣ୍ଡ ନିକଟରୁ ଭାରତର ଶୋଚନୀୟ ପରାଜୟ
- ଗଂଜାମରେ ବନ୍ୟାସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କଠାରୁ ପଚାରି ବୁଝିଲେ ନବୀନ
- ମହାକାଶକୁ ଯିବ ନାଭିଗେସନ ସାଟେଲାଇଟ୍ NVS-03
- ପ୍ରବଳ ବର୍ଷାରେ ଭାସିଗଲା ପୋଲ;୪ ପଞ୍ଚାୟତ ସହ ଯୋଗାଯୋଗ ବିଚ୍ଛିନ୍ନ
- ଉତ୍ତରାଖଣ୍ଡର ଯୋଶୀମଠ ନିକଟରେ ହେଲିକପ୍ଟର ଦୁର୍ଘଟଣା କର୍ଣ୍ଣାଟକ ପୋଲିସ ଅଫିସରଙ୍କ ସହ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

Comments are closed.