ପ୍ରସେନଜିତ ସେଠୀ
ନିଜ ରକ୍ତ ମାଂସ ଦେଇ
ଅସହ୍ୟ ଯନ୍ତ୍ରଣା ସହି
ନଅ ମାସ ଗର୍ଭେ ବୋହି
ନବଜାତ ଜନ୍ମ ଦିଏ,
ସେ ମାଆ।
ଶିଶୁ ପାଳେ ଦୁଗ୍ଧ ଦେଇ,
ପିଲା ସାଥେ ପିଲା ହୋଇ,
ମନ ଭୁଲା ଗପ କହି,
ମଳ ମୂତ୍ର ବାନ୍ତି ଧୋଇ,
ଛୋଟରୁ ବଡ଼ କରିଥାଏ,
ସେଇ ମାଆ।
ଯଥାସାଧ୍ୟ ଜ୍ଞାନ ଦେଇ
ସଭ୍ୟତା, ସଂସ୍କାର ଶିଖାଇ,
ଦୁଷ୍ଟ ହେଲେ, ଛାଟ ଖୋଇ,
ଅନ୍ତରୁ ଲୁହ ଝରାଇ,
ସକଳ ଅଝଟ ସହି,
ପିଲାକୁ ଶିକ୍ଷିତ କରେ,
ସେଇ ମାଆ।
ତା ପାଖେ ପିଲା ପାଇଁ,
ବୟସର ମାନେ ନାହିଁ,
ସ୍ନେହର ବିରାମ କାହିଁ,
ପଦବୀର ମୂଲ୍ୟ ନାହିଁ,
ପେଟରେ ତା ଭୋକ ନାହିଁ,
ପିଲା ପେଟ ନ ପୁରଇ,
ସେହି ଏକା ମାଆ।
ସେ ତା ମାତୃତ୍ୱର,
ପ୍ରତିଦାନେ କଣ୍ ପାଏ,
ତ୍ୟାଗର ମୂଲ୍ୟ କି ମାଗେ,
ଆଉ ଯଦି ନ ପାଏ,
ମନର ଦୁଃଖ ନ କହେ
ପିଲା ପାଇଁ ସବୁ ସହେ
ସକଳ ଆଶିଷ ଝରାଏ
ପଣତର ବୋଝ ବହେ,
ଏକମାତ୍ର ମାଆ!!!
ବାଲିଆ ଗୋପୀନାଥ ପୁର
ଜଗତସିଂହପୁର