Latest Odisha News

BREAKING NEWS

ହରପ୍ପାନ ଯୁଗର ଏହି ପ୍ରାଚୀନ ସହରକୁ ମିଳିଲା ବିଶ୍ୱ ଐତିହ୍ୟସ୍ଥଳର ମାନ୍ୟତା

ନୂଆଦିଲ୍ଲୀ: ଗୁଜୁରାଟରେ ଅବସ୍ଥିତ ହରପ୍ପାନ ଯୁଗର ପ୍ରାଚୀନ ସହର ଧୋଲାବିରାକୁ ମିଳିଲା ବିଶ୍ବ ଐତିହ୍ୟସ୍ଥଳର ମାନ୍ୟତା। ମଙ୍ଗଳବାର ୟୁନେସ୍କୋ ତରଫରୁ ଏହି ପ୍ରଚୀନ ସହରକୁ ବିଶ୍ବ ଐତିହ୍ୟର ଟାଗ୍‌ ଦିଆଯାଇଛି।

ଏହା ପୂର୍ବରୁ ତେଲେଙ୍ଗାନାରେ ଅବସ୍ଥିତ ରୁଦ୍ରେଶ୍ବର ତଥା ରାମାପ୍ପା ମନ୍ଦରକୁ ୟୁନେସ୍କୋର ପକ୍ଷରୁ ବିଶ୍ବ ଐତିହ୍ୟସ୍ଥଳର ମାନ୍ୟତା ମିଳିଥିଲା।

“ପ୍ରାଚୀନ ସହର ଧୋଲାବିରା ହେଉଛି ଦକ୍ଷିଣ ଏସିଆର ସବୁଠାରୁ ଉଲ୍ଲେଖନୀୟ ତଥା ସୁସଂରକ୍ଷିତ ସହରାଞ୍ଚଳ ମଧ୍ୟରୁ ଅନ୍ୟତମ। ଏହାକୁ ୧୯୬୮ ମସିହାରେ ଆବିଷ୍କୃତ କରାଯାଇଥିଲା। ଏହି ସ୍ଥାନର ସ୍ବତନ୍ତ୍ରତା ହେଉଛି ଏହାର ଜଳ ପରିଚାଳନା ପ୍ରଣାଳୀ, ବହୁ ସ୍ତରୀୟ ପ୍ରତିରକ୍ଷା ପ୍ରଣାଳୀ, ନିର୍ମାଣରେ ପଥରର ବ୍ୟାପକ ବ୍ୟବହାର ଏବଂ ସ୍ୱତନ୍ତ୍ର ସମାଧି ସଂରଚନା ପରି ଏହାର ଅନନ୍ୟ ବୈଶିଷ୍ଟ୍ୟ ଏହାକୁ ପୃଥକ କରିଛି ବୋଲି ୟୁନେସ୍କୋ କହିଛି।

Leave A Reply

Your email address will not be published.