Latest Odisha News

BREAKING NEWS

ରିଲିଜ୍ ହେଲା ‘ତୁ ମୋ ସୁନା ଚଢେଇ’ର ଅଡ଼ିଓ…

ଭୁବନେଶ୍ୱର: ରିଲିଜ୍ ଅପେକ୍ଷାରେ ଥିବା ଚର୍ଚ୍ଚିତ ଫିଲ୍ମ ‘ତୁ ମୋ ସୁନା ଚଢେଇ’ର ଅଡ଼ିଓ ରିଲିଜ୍ ଇତିମଧ୍ୟରେ ହୋଇଯାଇଛି । ଗୀତ ଗୁଡ଼ିକ ସୋସିଆଲ୍ ମିଡ଼ିଆରେ ରିଲିଜ୍ ହେବା ପରେ ଦର୍ଶକମାନେ ବେଶ୍ ପସନ୍ଦ କରିଥିବାର ଦେଖାଯାଇଛି । ଏହି ଫିଲ୍ମଟିରେ ଦୁଇ ନାୟିକା ଏଲସା ଘୋଷ ଏବଂ ଶ୍ରେୟା ଆକ୍ଟର୍ ଜ୍ୟୋତିରଞ୍ଜନଙ୍କ ସହିତ ଅଭିନୟ କରିଛନ୍ତି ।


‘ତୁ ମୋ ସୁନା ଚଢେଇ’ର ରୋମାନ୍ସଭରା ‘ଓ ସାଥୀ’ ଗୀତଟି ଦର୍ଶକଙ୍କ ମନକୁ ବେଶ୍ ଛୁଇଁ ପାରିଛି ।
ଏହି ଓଲିଉଡ୍ ସିନେମାରେ ରହିଛି ସର୍ବମୋଟ ୬ଟି ଗୀତ ।

ଏହି ଫିଲ୍ମର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ ଏବଂ ଗୀତଗୁଡ଼ିକୁ ଲେଖିଛନ୍ତି ନିର୍ମଳ ନାୟକ, ପଞ୍ଚାନନ ନାୟକ ଏବଂ ବାପୁ ଗୋସ୍ୱାମୀ । ଗୀତ ଗୁଡ଼ିକରେ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା, ହ୍ୟୁାମାନ ସାଗର, ଅର୍ପିତା ଏବଂ ସତ୍ୟ ।

ଏନବି ଏଣ୍ଟରଟେନମେଣ୍ଟ ପକ୍ଷରୁ ପ୍ରଥମଥର ଲାଗି ପ୍ରସ୍ତୁତ ହୋଇଥିବା ‘ତୁ ମୋ ସୁନା ଚଢେଇ’ ଓଡ଼ିଆ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଦୀଲିପ ପଣ୍ଡା ଏବଂ ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି ନିତିନ ପଣ୍ଡା ଓ ଭୂପେଶ ପଣ୍ଡା ।

ଏହି ଫିଲ୍ମର ସଂଳାପ ରଚନା କରିଛନ୍ତି ଜଣାଶୁଣା ସଂଳାପକାର ରଜନୀ ରଞ୍ଜନ ।

ମୁଖ୍ୟ ଅଭିନେତା/ଅଭିନେତ୍ରୀଙ୍କ ବ୍ୟତୀତ ଅନ୍ୟ ଯେଉଁ କଳାକାରମାନେ ଏହି ଫିଲ୍ମରେ ଅଭିନୟ କରିଛନ୍ତି ସେମାନେ ହେଲେ – ଦୈତାରୀ ପଣ୍ଡା, ଭୂପତି ତ୍ରିପାଠୀ, ରାଇମୋହନ, କେକେ, ବାବୁ, ବୁଲୁ, ମିତା ଚକ୍ରବର୍ତ୍ତୀ ଏବଂ ଜୟା ଗୋସ୍ୱାମୀ ।

Leave A Reply

Your email address will not be published.