Latest Odisha News

BREAKING NEWS

ଜିମ୍ବାୱେ କ୍ରିକେଟର ହିଥ ଷ୍ଟ୍ରିକ ୮ ବର୍ଷ ପାଇଁ ବାସନ୍ଦ

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଜିମ୍ବାୱେର ପୂର୍ବତନ ଅଧିନାୟକ ତଥା କୋଚ ହିଥ ଷ୍ଟ୍ରିକଙ୍କୁ ୮ ବର୍ଷ ପାଇଁ ବାସନ୍ଦ କରିଛି । ୨୦୨୯ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ସେ କ୍ରିକେଟ ସହ କୌଣସି ପ୍ରକାର ଯୋଡି ହୋଇ ପାରିବେ ନାହିଁ । ଆଇସିସି ଦୁର୍ନୀତି ନିବାରଣ ନିୟମ ଉଲ୍ଲଂଘନ କରିଥିବା ଯୋଗୁ ସେ ଦଣ୍ଡିତ ହୋଇଛନ୍ତି ।

୨୦୧୬ରୁ ୧୮ ମଧ୍ୟରେ ଜାତୀୟ ଦଳ ଏବଂ କ୍ଲବ ସହିତ ଜଡିତ ଥିବା ବେଳେ ଦୁର୍ନୀତିରେ ଲିପ୍ତ ଥିଲେ । ଏପରିକି ମ୍ୟାଚ ଫିକ୍ସିଂ କରିବା ପାଇଁ ଖେଳାଳିମାନଙ୍କୁ ବୁକି ସହିତ ଭେଟ କରାଇଥିଲେ । ୨୦୧୮ରେ କୋଲକାତା ନାଇଟ ରାଇଡର୍ସ ଦଳର ବୋଲିଂ କୋଚ ଥିବା ବେଳେ ସେ ଦଳର ଭିତିରିଆ ତଥ୍ୟ ବାହାରେ ପ୍ରକାଶ କରିଥିଲେ ।

Leave A Reply

Your email address will not be published.