ନୂଆଦିଲ୍ଲୀ: ପେସ ବୋଲର ହର୍ଷିତ ରାଣାଙ୍କ ହଠାତ ଆଫଗାନିସ୍ତାନ ବିପକ୍ଷ ତୃତୀୟ ଦିିନିକିଆ କ୍ରିକେଟ ମ୍ୟାଚ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି । ହର୍ଷିତ ସେଂଟର ଅଫ ଏକ୍ସିଲେନ୍ସରେ ରିହ୍ୟାବିଟେଶନ ପୂରଣ କରିଛନ୍ତି । ଚେନ୍ନାଇର ଚେପକ ଷ୍ଟାଡିୟମରେ ଜୁନ ୨୦ରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳାଯିବ । ସିରିଜ ଜିତି ସାରିଥିବା ଭାରତ ଏହି ମ୍ୟାଚରେ ବିଜୟ ହାସଲ କରି କ୍ଲିନ ସୁଇପ ଲକ୍ଷ୍ୟରେ ରହିବ । ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ଏହି ସିରିଜରେ ଖେଳୁ ନାହାନ୍ତି ।
ଅର୍ଶଦୀପ ସିଂ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସହ ହର୍ଷିତ ପେସ ବିଭାଗ ଦାୟିତ୍ୱ ତୁଲାଇବେ । ରାଣା ଟି୨୦ ବିଶ୍ୱକପ ଠିକ ପୂର୍ବରୁ ଆଘାତପ୍ରାପ୍ତ ହୋଇଥିଲେ । ସର୍ଜରୀ କରାଯିବା ଯୋଗୁ ସେ ଟି୨୦ ବିଶ୍ୱକପ ଓ ଆଇପିଏଲରେ ମଧ୍ୟ ଖେଳିପାରି ନ ଥିଲେ ।
ଭାରତୀୟ ଟିମ: ଶୁଭମନ ଗିଲ(ଅଧିନାୟକ), ରୋହିତ ଶର୍ମା, ଶ୍ରେୟାଶ ଆୟାର, କେଏଲ ରାହୁଲ, ଈଶାନ କିଶାନ, ଯଶସ୍ୱୀ ଜୈସୱାଲ, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୂଲଦୀପ ଯାଦବ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ପ୍ରିନ୍ସ ଯାଦବ, ଗୁରନୂର ବରାର, ହର୍ଷ ଦୁବେ ଓ ହର୍ଷିତ ରାଣା ।
