Latest Odisha News

BREAKING NEWS

କରୋନା କବଳରେ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା

ହରିୟାଣା: ମଙ୍ଗଳବାର ଦିନ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା କହିଛନ୍ତି ଯେ ସେ କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି ।

କରୋନାର କୌଣସି ଲକ୍ଷଣ ତାଙ୍କ ପାଖରେ ନଥିବା ବେଳେ ସେ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି । ଗତ ସପ୍ତାହରେ ତାଙ୍କୁ ଭେଟିଥିବା ଲୋକଙ୍କୁ ଜେଜେପି ନେତା ନିଜ ନିଜ କୋଭିଡ ପରୀକ୍ଷା କରିନେବାକୁ ଅନୁରୋଧ ମଧ୍ୟ କରିଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ଦୈନିକ ତଥ୍ୟ ଅନୁଯାୟୀ ସୋମବାର ଦିନ ୨୧ଜଣ ଲୋକ ହରିୟାଣାରେ କୋଭିଡ-୧୯ରେ ମୃତ୍ୟୁବରଣ କରିଥିବା ବେଳେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୧,୪୯୧ ରେ ପହଞ୍ଚିଛି।

Leave A Reply

Your email address will not be published.