Latest Odisha News

BREAKING NEWS

ରିଲିଜ୍ ଅପେକ୍ଷାରେ ରକ୍ତ ରଂଜିତ ମିର୍ଜାପୁର ସିଜିନ୍‌-୨ !

ମୁମ୍ବାଇ: ମିର୍ଜାପୁର ୱେବ୍ ସିରିଜର ଫ୍ୟାନମାନଙ୍କ ପାଇଁ ଖୁସୀ ଖବର । ରିଲିଜ୍ ହେଲା ସିଜିନ୍‌-୨ର ଟ୍ରେଲର । ଏହି ବହୁ ପ୍ରତୀକ୍ଷିତ ୱେବ ସିରିଜକୁ ନେଇ ଦର୍ଶକ କାହିଁ କେବେଠୁ ଚାହିଁ ବସିଥିଲେ । ଶେଷରେ ଚଳିତମାସ ଆମାଜନ ପ୍ରାଇମ୍ ଭିଡିଓ ଓଟିଟି ପ୍ଲାଟଫର୍ମରେ ଏହା ଦର୍ଶକଙ୍କୁ ସାମ୍ନାକୁ ଆସିବ ।

ଅକ୍ଟୋବର ୨୩’ରେ ରିଲିଜ ହେବାକୁ ଥିବା ଏହି ୱେବ ସିରିଜରେ ପଙ୍କଜ ତ୍ରିପାଠୀ, ଅଲ୍ଲି ଫୈଜଲ, ଦିବ୍ୟେନ୍ଦୁ, ସ୍ୱେତା ତ୍ରିପାଠୀ, ରସିକା ଦୁଗଲ୍ ଓ କୁଲଭୂଷଣ ଖରବନ୍ଦାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଉତ୍ତରପ୍ରଦେଶର କାହାଣୀ ଉପରେ ଆଧାରିତ ଏହି ୱେବ ସିରିଜରେ ପ୍ରତିଶୋଧ ଓ ଲୋଭ ଦୁଇଟି ମୁଖ୍ୟ ସୁତ୍ରଧର । (Courtesy- YouTube, Amazon Prime Video India)

ସିଜିନ୍‌-୨ରେ ନୂଆ କଳାକାର ଭାବେ ବିଜୟ ବର୍ମା, ଇଶା ତଲୱାର, ଅମିତ୍ ସିଆଲ୍ ଓ ଅଂଜୁମ ଶର୍ମା ନିଶ୍ଚିତ ଭାବେ ଦର୍ଶକଙ୍କୁ ଇମ୍ପ୍ରେସ୍ କରିବେ । ପ୍ରଥମ ପାର୍ଟ ଭଳି ଦ୍ୱିତୀୟ ଭାଗରେ ବି କାଲିନ୍ ଭୈୟା ଓରଫ ପଙ୍କଜ ତ୍ରିପାଠୀ ଓ ପଣ୍ଡିତ ବ୍ରଦର୍ସ ଓରଫ ଗୁଡ୍ଡୁ ଓ ବବ୍‌ଲୁଙ୍କୁ ନେଇ କାହାଣୀ ଆଗକୁ ବଢିଛି ।

ପ୍ରତିଶୋଧ ମୂଳକ ୱେବ୍ ସିରିଜ ମିର୍ଜାପୁର-୨ ବିଶ୍ୱବ୍ୟାପୀ ୨୦୦ଟି ଦେଶରେ ରିଲିଜ ହେବ । ଫରହାନ ଅଖତର ଓ ରିତେଶ ସିଧୱାନୀଙ୍କ ଦ୍ୱାରା ପ୍ରଯୋଜିତ ଏହି ୱେବ ସିରିଜ ଏକ୍ସେଲ୍ ମିଡିଆ ଓ ଏଣ୍ଟରଟେନମେଣ୍ଟ ବ୍ୟାନର ତଳେ ନିର୍ମିତ ହୋଇଛି ।

Leave A Reply

Your email address will not be published.