Latest Odisha News

BREAKING NEWS

ଆତର ଚମତ୍କାରୀ ଔଷଧୀୟ ଗୁଣ; ଭଲ ହୋଇଯିବ ଏହିସବୁ ରୋଗ !


ଭୁବନେଶ୍ୱର: ପାଟିକୁ ଯେମିତି ସୁଆଦିଆ, ଦେହକୁ ସେତିକି ହିତକାରୀ ହୋଇଥାଏ ଆତ। ଏହି ଋତୁରେ ବଜାରରେ ଯଥେଷ୍ଟ ପରିମାଣରେ ଆତ ମିଳେ ।

ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଫାଇବର୍‌ ସହିତ ଅନେକ ପ୍ରକାର ପୋଷକତତ୍ତ୍ୱ ଭରି ରହିଥାଏ। ଏହାକୁ ଖାଇଲେ ଆମ ଶରୀରର ଅନେକ ସମସ୍ୟାରୁ ମୁକ୍ତି ମିଳଥାଏ।

ଏପରିକି ଆୟୁର୍ବେଦରେ ଆତ ପତ୍ରର ଔଷଧୀୟ ଗୁଣ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି। ଏହାକୁ ମଧ୍ୟ ଔଷଧ ଭାବେ ବ୍ୟବହାର କରାଯାଇଥାଏ।

*ଆତ ଖାଇଲେ ବ୍ଲଡ୍‌ ପ୍ରେସର କମ୍‌ ହୋଇଥାଏ।

*ଆତରେ ଭିଟାମିନ୍‌ ‘ବି ୬’ ରହିଛି। ଏହାକୁ ଖାଇଲେ ଶ୍ୱାସ ରୋଗ ଭଲ ହୋଇଥାଏ।

* ଆତରେ ଭିଟାମିନ୍‌ ଏ, ଭିଟାମିନ୍ ସି ଓ ରିବୋଫ୍ଲାବିନ୍‌ ପରି ପୋଷକତତ୍ତ୍ୱ ରହିଛି, ଯାହା ଦୃଷ୍ଟିଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ।

*ଏଥିରେ ଥିବା ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌ ହୃଦ୍‌ଜନିତ ବିଭିନ୍ନ ସମସ୍ୟାରୁ ରକ୍ଷା କରିଥାଏ।

*ଏଥିପାଇଁ ହୃଦ୍‌ରୋଗୀଙ୍କୁ ନିୟମିତ ଆତ ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥା’ନ୍ତି।

*ଆତରେ ଥିବା ଫାଇବର୍‌ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ ଏବଂ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ।

*ଏଥିରେ ଥିବା କପର୍‌ ଓ ଆଇରନ୍‌ ଗର୍ଭବତୀଙ୍କ ପାଇଁ ବେଶ୍ ଭଲ। ଗର୍ଭାବସ୍ଥାରେ ଆତ ଖାଇଲେ ଗର୍ଭଜନିତ କଷ୍ଟ ଅନେକାଂଶରେ ଦୂର ହୋଇଥାଏ।

*ଏଥିରେ ଆଇରନ୍‌ ଓ କପର୍‌ ଥିବା ଯୋଗୁ ଏହା ରକ୍ତହୀନତା ସମସ୍ୟାକୁ ଦୂର କରିଥାଏ।

Leave A Reply

Your email address will not be published.