Latest Odisha News

BREAKING NEWS

ଲଜ୍ଜା ! ବନ୍ଦ ଘରେ ନାବାଳିକାଙ୍କୁ ପାଞ୍ଚ ମାସ ଦୁଷ୍କର୍ମ ଅଭିଯୋଗ

ସୁନ୍ଦରଗଡ଼: ନାବାଳିକାଙ୍କୁ ପାଞ୍ଚ ମାସ ଗୋଟିଏ ଘର ଭିତରେ ବନ୍ଦ କରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ । ଏଭଳି ଲଜ୍ଜାଜନକ ଘଟଣା ସାମନାକୁ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ । କୁଆଁରମୁଣ୍ଡା ଫାଣ୍ଡିରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିବା ସହ ତନାଘନା ତଦନ୍ତ ଆରମ୍ଭ କରିଛି ପୋଲିସ । ତା ନାଁ ରଞ୍ଜିତ ।

ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି, ଅଭିଯୁକ୍ତ ପୀଡ଼ିତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଅଟକ ରଖିଥିଲା । ବନ୍ଦ ଘର ଭିତରେ ୫ମାସ ରଖିବା ସହ ତାଙ୍କ ସହ ଦୁଷ୍କର୍ମ କରିଥିଲା । କୌଣସି ପ୍ରକାରେ ସେଠାରୁ ଖସି ଆସିଥିଲେ ପୀଡ଼ିତା । କୁଆଁରମୁଣ୍ଡା ଫାଣ୍ଡିରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ରଞ୍ଜିତକୁ ବାନ୍ଧିଥି ପୋଲିସ ।

Leave A Reply

Your email address will not be published.