Latest Odisha News

BREAKING NEWS

ତାତିରୁ ସାମାନ୍ୟ ଆଶ୍ବସ୍ତି, ୪୦ ଡିଗ୍ରୀ ଉପରେ ବାରିପଦା ଓ ଝାରସୁଗୁଡ଼ା

ଭୁବନେଶ୍ବର : ରାଜ୍ୟରେ ତାତିରୁ ମିଳିଛି ଆଶ୍ବସ୍ତି । ଆଜି ସାରା ରାଜ୍ୟରେ ପାରଦ ହ୍ରାସ ପାଇଥିବା ବେଳେ, ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆଜି ବାରିପଦାରେ ତାପମାତ୍ରା ସର୍ବାଧିକ ୪୨.୪ ଡିଗ୍ରୀ ଥିବା ବେଳେ, ଝାରସୁଗୁଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଜି ବାଲେଶ୍ବରରେ ତାପମାତ୍ରା ୩୬.୨ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୬.୪, କଟକରେ ୩୭.୨, ପାରାଦୀପରେ ୩୨.୮, ଭୁବନେଶ୍ବରରେ ୩୮.୬, ଗୋପାଳପୁର ୩୨.୪, ପୁରୀ ୩୨.୭, ଅନୁଗୁଳ ୩୯.୭, କେନ୍ଦୁଝର ୩୭.୮, ସମ୍ବଲପୁର ୩୭.୩, ସୁନ୍ଦରଗଡ଼ ୩୯, ହୀରାକୁଦରେ ୩୭.୧, ତାଳଚେରରେ ୩୯.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ୩୬.୫, କୋରାପୁଟରେ ୩୩.୬, ଟିଟିଲାଗଡ଼ ଓ ମାଲକାନଗିରିରେ ୩୭ ଡିଗ୍ରୀ, ସୋନପୁରରେ ୩୮.୮, ନୟାଗଡ଼ରେ ୩୯, ବୌଦ୍ଧରେ ୩୮, ଛତ୍ରପୁରରେ ୩୩.୫, ପାରଳାଖେମୁଣ୍ଡିରେ ୩୩ ଓ ରାୟଗଡ଼ାରେ ତାପମାତ୍ରା ୩୨.୨ ଡିଗ୍ରୀ ରେକର୍ଡ କରାଯାଇଛି ।

Leave A Reply

Your email address will not be published.