Latest Odisha News

ଆଗ ବ୍ୟାଟିଂ କରିବ ବାଙ୍ଗାଲୋର

ଚେନ୍ନାଇ:ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ବୁଧବାର ମୁକାବିଲାରେ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ବିରାଟ କୋହଲି ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବ । ଏଠାକାର ପିଚରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳର ବିଜୟ ପ୍ରତିଶତ ଅଧିକ ଥିବା ବେଳେ ଡେଭିଡ ୱାର୍ଣ୍ଣର ଟସ୍ ଜିତି କାହିଁକି ଫିଲ୍ଡିଂ ନେଲେ ସେଥିନେଇ ସମୀକ୍ଷକ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ।

ହାଇଦ୍ରାବାଦରେ ଦଳରେ ମହମ୍ମଦ ନବିଙ୍କ ସ୍ଥାନରେ ଜାସନ ହୋଲ୍ଡରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଛି । ବାଙ୍ଗାଲୋର ଟିମରେ ରଜତ ପାଟିଦାରଙ୍କ ସ୍ଥାନରେ ଦେବଦତ ପାଡିକଲଙ୍କୁ ସାମିଲ କରାଯାଇଛି ।

Leave A Reply

Your email address will not be published.