Latest Odisha News

BREAKING NEWS

ଜିମ୍ବାୱେର ପୂର୍ବତନ ମହାନ କ୍ରିକେଟର ହୀଥ ଷ୍ଟ୍ରିକଙ୍କ ପରଲୋକ

ହରାରେ: ଜିମ୍ବାୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହୀଥ ଷ୍ଟ୍ରିକଙ୍କ ୪୯ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ପତ୍ନୀ ନାଡିନେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସପ୍ତାହ ତଳେ ଷ୍ଟ୍ରିକଙ୍କ ପରଲୋକ ନେଇ ଗୁଜବ ସୃଷ୍ଟି ହୋଇଥିଲା । ସାଥୀ ଖେଳାଳି ହେନେରୀ ଓଲଙ୍ଗାଙ୍କ ଟୁଇଟ କରି ଜଣାଇବା ପରେ ପଛରେ ୟୁଟର୍ଣ୍ଣ ନେଇଥିଲେ । ଜିମ୍ବାୱେର ଅନ୍ୟ ଜଣେ ପୂର୍ବତନ ଖେଳାଳି ଜନ ରେନୀ ମଧ୍ୟ ଷ୍ଟ୍ରିକଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି । ଦୀର୍ଘଦିନ ଧରି ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ଜାତୀୟ ଦଳ ପକ୍ଷରୁ ସେ ୬୫ ଟେଷ୍ଟ, ୧୮୯ ଦିନିକିଆ ମ୍ୟାଚ ଖେଳିଛନ୍ତି । ସେ ଓଭରାଲ ୪୯୩୩ ରନ ଏବଂ ୪୫୫ ୱିକେଟ ଅକ୍ତିଆର କରିଛନ୍ତି ।

ଜିମ୍ବାୱେର ପ୍ରଥମ ଖେଳାଳି ଭାବେ ଟେଷ୍ଟରେ ୧୦୦୦ରନ ୧୦୦ ୱିକେଟ ଏବଂ ଦିନିକିଆରେ ୨୦୦୦ ରନ ଓ ୨୦୦ ୱିକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତ । ସେ ୧୯୯୩ରେ ଉଭୟ ଟେଷ୍ଟ ଏବଂ ଦିନିକିଆରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ୧୯୯୯ରେ ତାଙ୍କୁ ଜିମ୍ବାୱେ ଦଳର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.