Latest Odisha News

ରାଜସ୍ଥାନରେ ମହିଳାଙ୍କୁ ନିବସ୍ତ୍ର କରି ଗାଁରେ ବୁଲାଇବା ଘଟଣା: ୭ଜଣଙ୍କୁ ଗିରଫ କଲା ପୋଲିସ

ଜୟପୁର: ରାଜସ୍ଥାନରେ ମଣିପୁର ଘଟଣାର ପୁନରାବୃତ୍ତି । ସ୍ବାମୀ ସାଜିଲା ସୈତାନ । ସ୍ତ୍ରୀକୁ ମାଡ଼ ମାରିବା ପରେ ଉଲଗ୍ନ କରି ବୁଲାଇଲା ନିଷ୍ଠୁର ସ୍ବାମୀ । ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୂଚନା ଅନୁଯାୟୀ, ପ୍ରତାପଗଡ ଜିଲ୍ଲା ଧରିୟାବାଦ ଥାନା ଅନ୍ତର୍ଗତ ପହାଡା ଅଞ୍ଚଳରେ କୌଣସି କଥାକୁ ନେଇ ପୀଡିତାଙ୍କ ବାପଘର ଓ ଶାଶୁଘର ଲୋକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହାକୁ କେନ୍ଦ୍ରକରି ଗତ ସୋମବାର ଦିନ ସ୍ବାମୀଙ୍କ ସହ ଶାଶୁଘର ଲୋକେ ମହିଳାଙ୍କୁ ଖୁବ୍ ମାଡ ମାରିଥିଲେ ଏବଂ ନିବସ୍ତ୍ର କରି ବୁଲାଇଥିଲେ ।

BjdElectrycity

ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ଏ ସମ୍ପର୍କରେ ଜଣାପଡିଥିଲା । ତେବେ ଉଭୟ ପୀଡିତା ଓ ଅଭିଯୁକ୍ତ ଆଦିବାସୀ ସମାଜର ଅଟନ୍ତି । ଭାଇରାଲ୍ ଭିଡିଓ ଦେଖି ପ୍ରତାପଗଡ ଏସପି, ଡେପୁଟି ଏସପି ଓ ସ୍ଥାନୀୟ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଉକ୍ତ ଘଟଣାରେ ୭ଜଣଙ୍କୁ ଗିରଫ କରାଯାଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି, ପ୍ରତାପଗଡ ଜିଲ୍ଲାରୁ ମହିଳାଙ୍କୁ ନିବସ୍ତ୍ର କରିବାର ଭିଡିଓ ସାମ୍ନାକୁ ଆସିଛି । ସଭ୍ୟ ସମାଜରେ ଏଭଳି ଅପରାଧିମାନଙ୍କ କୌଣସି ସ୍ଥାନ ନାହିଁ   ।

 

Leave A Reply

Your email address will not be published.