ଭୁବନେଶ୍ୱର: ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସହ୍ୟ ହୋଇପଡୁଛି ଜନଜୀବନ । ସକାଳ ୯ଟାରୁ ସୂର୍ଯ୍ୟଙ୍କ ତାପ ସହିବା କଷ୍ଟକର ବିଷୟ ହୋଇପଡୁଛି । ତେବେ ଏଭଳି ପରିସ୍ଥିତି ଆହୁରି ୭ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୧, ୨୨ ଏବଂ ୨୩ ତାରିଖ ୩ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ମିଳିବନାହିଁ ।
ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ରବିବାର ରାଜ୍ୟର ସର୍ବାଧିକ ତାପମାତ୍ରା ସବୁଠୁ ଅଧିକ ଝାରସୁଗୁଡାରେ ୪୩.୩ ଡିଗ୍ରୀ ରହିଥିବାବେଳେ, ଟିଟିଲାଗଡ଼ରେ ୪୩ ଡିଗ୍ରୀ ରହିଛି । ସେହିପରି, ରାଉରକେଲାରେ ପାରଦ ୪୧.୫ ଡିଗ୍ରୀ ଥିବାବେଳେ ନୂଆପଡ଼ାରେ ୪୧, ବୌଦ୍ଧରେ ୪୦.୯, ସୁବର୍ଣ୍ଣପୁରରେ ୪୨.୩, ଫୁଲବାଣୀରେ ୪୦.୬, ବଲାଙ୍ଗୀରରେ ୪୧.୫, ଭବାନୀପାଟଣାରେ ୪୨, ତାଳଚେରରେ ୪୦.୬, ହୀରାକୁଦରେ ୪୧, ସୁନ୍ଦରଗଡ଼ରେ ୪୧.୫, ସମ୍ବଲପୁରରେ ୪୨, ଅନୁଗୋଳରେ ୪୧.୧, ଭୁବନେଶ୍ବରରେ ୩୬.୬ ଏବଂ କଟକରେ ୩୫.୮ ଡିଗ୍ରୀ ରହିଛି ।
ସୋମବାର ଟିଟିଲାଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ରାଉରକେଲା, ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର, ଭବାନୀପାଟଣାରେ ଦିନ ତାପମାତ୍ରା ୪୩ରୁ ୪୪ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁବା ସମ୍ଭାବନା ରହିଛି ।
ରବିବାର ରାତିରେ ନବରଙ୍ଗପୁର, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼ ଓ ଭୁବନେଶ୍ବର ଭଳି ରାଜ୍ୟର ଏକାଧିକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି । ଫଳରେ ଗୁଳୁଗୁଳି ସହ ତାପମାତ୍ରା କମିଛି ।
ଅପରପକ୍ଷେ ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଓ ପବନ ବହିବା ନେଇ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ସୋମବାର ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ କନ୍ଧମାଳ ଜିଲ୍ଲାରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।
Comments are closed.