Latest Odisha News

ଆଗାମୀ ତିନିଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଇଏମଡି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଆଗାମୀ ୨୪ ଘଣ୍ଟା ଭିତରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ଗୁରୁବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି ।

ଜାତୀୟ ପାଣିପାଗ ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ବୁଲେଟିନ ଅନୁଯାୟୀ, ଉତ୍ତର ପଶ୍ଚିମରେ ସୁଷ୍ଟି ହୋଇଥିବା ସାଇକ୍ଲୋନ ସରକୁଲେସନ ଧିରେ ଧିରେ ଲଘୁଚାପରେ ପରିଣତ ହେବା ସହ ଦକ୍ଷିଣ ଓଡିଶା ଓ ଆନ୍ଧ୍ରପ୍ରଦେଶ ଅଭିମୁଖେ ଗତିକରୁଛି । ଏହାରର ପ୍ରଭାବରେ ଆଗାମୀ ୩ଦିନ ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପ୍ରବଳ ବର୍ଷା ସମ୍ଭାବନାକୁ ନଜରରେ ରଖି ଆଇଏମଡି ଓଡ଼ିଶାର ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ନିଂ ଜାରି କରିଛି ।

ଜୁନ ୨୬: ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଦେବଗଡ଼, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, କୋରାପୁଟ ଏବଂ କେନ୍ଦ୍ରାପଡା ।

ଜୁନ ୨୭: ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ସମ୍ବଲପୁର, ଢେଙ୍କାନାଳ, ଝାରସୁଗୁଡା, ବରଗଡ, ବୌଦ୍ଧ, ସୋନପୁର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମୟୁରଭଞ୍ଜ, ବଲାଙ୍ଗୀର ଓ ଯାଜପୁର ।

ଜୁନ ୨୮: କୋରାପୁଟ, ନବରଙ୍ଗପୁର, ନୂଆପଡା, ବରଗଡ଼, କଳାହାଣ୍ଡି, ବାଲେଶ୍ବର, ସୋନପୁର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ମୟୁରଭଞ୍ଜ ଓ କେନ୍ଦୁଝର ।

ଖାରପ ପାଣିପାଗ ଯୋଗୁଁ ଜୁଲାଇ ୨୭ ଓ ୨୮ ତାରିଖରେ ମାଛଧରାଳି ମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ଆଇଏମଡି ସତର୍କ କରାଇଛି ।

Leave A Reply

Your email address will not be published.