Latest Odisha News

BREAKING NEWS

ମୁକେଶ ଅମ୍ବାନୀଙ୍କୁ ୪ ଦିନରେ ତୃତୀୟ ଥର ପାଇଁ ହତ୍ୟା ଧମକ; ଏଥର ଦାବି ୪୦୦ କୋଟି

ମୁମ୍ବାଇ:ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ପୁଣି ହତ୍ୟା ଧମକ । ୪ ଦିନରେ ତୃତୀୟ ଥର ପାଇଁ ଆସିଲା ଏମିତି ହତ୍ୟା ଧମକ । ଅଭିଯୁ୍କ୍ତର ଦାବି ଏଥର ଦୁଇଗୁଣା ହୋଇଯାଇଛି । ଅର୍ଥାତ ଅଭିଯୁକ୍ତ ଏଥର ୪୦୦ କୋଟି ଟଙ୍କା ଦାବି କରିଛି । ପୋଲିସ ମଙ୍ଗଳବାର ଏହି ସୂଚନା ଦେଇଛି ।
ଅଭିଯୁକ୍ତ ୪ର୍ଥ ଦିନରେ ମୁକେଶ ଅମ୍ବାନୀଙ୍କୁ ମେଲରେ ଏହି ଧମକ ଦେଇଛି ଅଭିଯୁକ୍ତ । ଦୁଇ ଦୁଇ ଥର ମେଲ କରିବା ପରେ ବି କୌଣସି ଉତ୍ତର ନ ଦେବାରୁ ଅଭିଯକ୍ତ ଏଥର ୪୦୦ କୋଟି ଦାବି ରଖିଥିବା କହିଛି ।
ମିଳିଥିବା ସୂଚନା ଅନୁସାରେ, ଏହା ପୂର୍ବରୁ ଅର୍ଥାତ ଶନିବାର ଦିନ କମ୍ପାନୀକୁ ଏକ ଧମକପୂର୍ଣ୍ଣ ଇମେଲ ଆସିଥିଲା । ଏଥିରେ ୨୦୦ କୋଟିର ଦାବି ଥିଲା । ତା ପୂର୍ବରୁ ଅର୍ଥାତ ୨୭ ଅକ୍ଟୋବରରେ ମୁକେଶ ଅମ୍ବାନୀଙ୍କୁ କେହି ଅଜ୍ଞାତ ବ୍ୟକ୍ତି ହତ୍ୟା ଧମକ ଦେଇଥିଲା। ଏକ ମେଲ କରି ୨୦ କୋଟି ଦାବି କରିଥିଲା ।
ଏହା ପରେ ଶିଳ୍ପପତି ମୁକେଶ ଅମ୍ବାନୀ ଗାମଦେବୀ ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ କରିଥିଲେ । ଏହି ଇମେଲ ଖାଦାବ ଖାନ ନାମକ ଜଣେ ୟୁଜରଙ୍କ ମେଲରୁ ଆସିଥିଲା ।

Leave A Reply

Your email address will not be published.