Latest Odisha News

BREAKING NEWS

ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ; ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଏୟାର ଫ୍ରେସନର !

ଭୁବନେଶ୍ୱର: ଘର କିମ୍ବା କାରର ଦୁର୍ଗନ୍ଧ ଦୂର କରିବା ପାଇଁ ଆମେମାନେ ପ୍ରାୟତଃ ଏୟାର ଫ୍ରେସନର ବ୍ୟବହାର କରିଥାଉ। ଏକ ସର୍ଭେରେ ଜଣାପଡିଛି ଏହାର ବହୁଳ ବ୍ୟବହାର ଆମ ଶରୀର ପାଇଁ ଅନେକ କ୍ଷତି ଘଟାଏ ।

ନିମିଶକ ମଧ୍ୟରର ଦୁର୍ଗନ୍ଧ ଦୂର କରି ସୁଗନ୍ଧ ଭରି ଦେଉଥିବା ଏୟାର ଫ୍ରେସନର ଆମ ଶରୀର ପାଇଁ କିନ୍ତୁ ଅନେକ ମାତ୍ରାରେ ହାନିକାରକ ହୋଇଥାଏ ।

ଏହା ଶରୀରକୁ କ୍ଷତି ପହଞ୍ଚାଇଥାଏ। ଏହାକୁ ଆମେ ନିଶ୍ୱାସ ପ୍ରଶ୍ୱାସରେ ନେବା ଦ୍ୱାରା ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାଉ।

ଏୟାରଫ୍ରେସନରରେ ଥିବା ଫାର୍ମଲାଡେହାଇଡ ଯୋଗୁଁ ଆଖିରେ ଜ୍ୱଳନ, ନିଶ୍ୱାସ ନେବାରେ କଷ୍ଟ ଅନୁଭୂତ ହେବା, ମନ ବିଚଳିତ ହେବା ତଥା ଆଜ୍‌ମା ଭଳି ରୋଗର ଏକ କାରଣ ହୋଇପାରେ ।

ଏଥିରେ ଥିବା ଏରୋସୋଲ ପୃଥିବୀର ଓଜୋନସ୍ତର ସହ ମନୁଷ୍ୟ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଏ। ଯେଉଁଥିପାଇଁ କ୍ୟାନସର ଏବଂ ନିଶ୍ୱାସ ସମ୍ବନ୍ଧୀୟ ରୋଗ ସମସ୍ୟା ଦେଖାଯାଏ।

ଏହା ତ୍ୱଚାକୁ କ୍ଷତି ପହଞ୍ଚାଇବା ସହ ଯକୃତ ଉପରେ ପ୍ରଭାବ ପକାଏ। ଯାହା ଫଳରେ ଭୋକ ନହେବା ଭଳି ସମସ୍ୟା ଦେଖା ଦେଇଥାଏ ।

Leave A Reply

Your email address will not be published.