Latest Odisha News

BREAKING NEWS

ଭୋକ ହେଉନଥିଲେ ଆପଣାନ୍ତୁ ଏହିସବୁ ସରଳ ଉପଚାର !

ଭୁବନେଶ୍ୱର: ଆଜିର ସମୟରେ ଖାଦ୍ୟପେୟରେ ଅନିୟମିତତା ଆମ ଶରୀର ସହ ଆଭ୍ୟସ୍ଥ ହୋଇ ଗଲାଣି । ଅନେକ ସମୟରେ ଭୋକ ନହେବା ଏକ ମୁଖ୍ୟ ସମସ୍ୟା ହୋଇ ଆଗକୁ ଆସିଲାଣି । ଏହାଦ୍ୱାରା ଶରୀର ଗଠନ ମଧ୍ୟ ଖରାପ ହେବାରେ ଲାଗିଛି ।

କିଛି ଲୋକ ନିଜ ପତଳାପଣ ଯୋଗୁଁ ମଧ୍ୟ ଚିନ୍ତାରେ ଥାଆନ୍ତି । ଆବଶ୍ୟକ ଠାରୁ କମ୍ ଓଜନ ହେଲେ ଏହା ଶରୀର ପାଇଁ ମଧ୍ୟ ହାନିକାରକ ହୋଇଥାଏ । ତେବେ କିଛି ଜଡିବୁଟି ସେବନ କରିବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ । ଶରୀରକୁ ସୁସ୍ଥ ରଖିବାରେ ଜଡିବୁଟି ବେଶ ଲାଭଦାୟକ ଅଟେ । ଜଡିବୁଟି ଖାଇବା ଦ୍ୱାରା ଶରୀରରେ ଏହାର କୌଣସି ସାଇଡ୍ ଇଫେକ୍ଟ ମଧ୍ୟ ହୋଇନଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ:-

ଅଶ୍ୱଗନ୍ଧା:

 ଏହା ରୋଗ-ପ୍ରତିରୋଧକ କ୍ଷମତାକୁ ବଢାଇଥାଏ । ଏହାକୁ ଖାଇବା ଦ୍ୱାରା ଭୋକ ପ୍ରବଳ ହୋଇଥାଏ ଓ ପାଚନକ୍ରିୟା ମଧ୍ୟ ଭଲ ହୋଇଥାଏ ।

ସତାବର:

ଏହା ଓଜନ ବଢାଇବାରେ ଲାଭଦାୟକ ଅଟେ । ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଏହା ଅନେକ ଜଡିବୁଟିର ମିଶ୍ରଣରେ ତିଆରି ହୋଇଥାଏ । ଏହାକୁ କ୍ଷୀର ସହିତ ସେବନ କରାଯାଏ ।

ଅଦା:

ଅଦା ଖାଇବା ଦ୍ୱାରା ସହଜରେ ଆପଣ ଓଜନ ବଢାଇ ପାରିବେ । ଏହା ସହଜରେ ମଧ୍ୟ ମିଳିଥାଏ । ଏହା ପାଚନକ୍ରିୟାକୁ ଠିକ ରଖିଥାଏ । ଅଦା ଖାଇବା ଦ୍ୱାରା ରକ୍ତ ସଂଚାଳନ ମଧ୍ୟ ବଢିଥାଏ । ଶୁଖିଲା ଅଦାକୁ ଗୁଡ ସହିତ ମିଶାଇ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ଓ ଥଣ୍ଡା କମିଯାଇଥାଏ ।

କେମୋମାଇଲ: ଏହାକୁ ସେବନ କରିଲେ ଆପଣଙ୍କ ଓଜନ ସହଜରେ ବଢିଥାଏ । ଏହାକୁ ଖାଇବା ଦ୍ୱାରା ଭୋକ ହୋଇଥାଏ । ଏହା ପତଳା ଲୋକଙ୍କ ପାଇଁ ବହୁତ ଉପକାରୀ ଅଟେ ।

Leave A Reply

Your email address will not be published.