Latest Odisha News

ଜାଗା ମିଶନ : ୭୦୭ ବିଜୁ ଆଦର୍ଶ କଲୋନୀ ଲୋକାର୍ପିତ, ୫ ମହାନଗରରେ ଡ୍ରୋନ ସର୍ଭେ ଶୁଭାରମ୍ଭ

ଭୁବନେଶ୍ୱର : ସହରାଞ୍ଚଳରେ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ଓ ଘର ଯୋଗାଇ ଦେବାକୁ ଓଡିଶା ସରକାର ଆରମ୍ଭ କରିଛନ୍ତି ଜାଗା ମିଶନ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ୍ୟ ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ୭୦୭ ବିଜୁ ଆଦର୍ଶ କଲୋନୀ ।  ଜାଗା ମିଶନକୁ ଆଉ ପାଦେ ଆଗେଇ ନେବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ୫ଟି  ମହାନଗର ଅଞ୍ଚଳରେ ଆକାଶ ମାର୍ଗରୁ ସର୍ବେକ୍ଷଣ କରିବା ପାଇଁ ଡ୍ରୋନ ସର୍ଭେକୁ ସେ ଶୁଭାରମ୍ଭ କରିଛନ୍ତି । ଦିଗପହଣ୍ଡି ଓ ହିଞ୍ଜିଳିକାଟୁକୁ ବସ୍ତିମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି । ବିଜୁ ଆଦର୍ଶ ପୋର୍ଟାଲକୁ ବି ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ ୨୦୨୩ ଡିସେମ୍ୱର ସୁଦ୍ଧା ୨ଲକ୍ଷରୁ ଅଧିକ ପରିବାରକୁ ଭୂମି ଅଧିକାର ଦେବାକୁ ଲକ୍ଷ୍ୟ ରହିଛି ।

୨୦୧୭ ମସିହାରେ ଜାଗା ମିଶନ ଆରମ୍ଭ ହୋଇଥିଲା ।  ଏପର୍ଯ୍ୟନ୍ତ ୧୦୫ଟି ସହରର ୧.୭୨ ଲକ୍ଷ ଭୂମିହୀନଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ଦିଆଯାଇସାରିଛି । ୪୦ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ଆବାସ ଯୋଜନାରେ ଘର ଦିଆଯାଇଛି ।  ୨୦୨୦ରେ ବିଜୁ ଆଦର୍ଶ କୋଲାନୀ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ଏପର୍ଯ୍ୟନ୍ତ ୧୪ ଜିଲ୍ଲାରେ ୭୦୭ ବସ୍ତି ବିଜୁ ଆଦର୍ଶ କଲୋନୀ ନିର୍ମାଣ ସରିଛି । ଏଗୁଡିକୁ ମୁଖ୍ୟମନ୍ତ୍ରୀ ଆଜି ଲୋକାର୍ପିତ କରିଛନ୍ତି । ୨୦୧୯ରେ ଜାଗା ମିଶନ ଆନ୍ତର୍ଜାତୀୟ ଓ୍ୱାର୍ଲ୍ଡ ହାବିଟାଟ୍ ଆଓ୍ୱାର୍ଡ ଓ ୨୦୨୧ରେ ଏସିଆ-ପାସିଫିକ୍ ହାଉସିଂ ଫୋରମ୍ ଆଓ୍ୱାର୍ଡ ପାଇଥିଲା ।

Leave A Reply

Your email address will not be published.