Latest Odisha News

BREAKING NEWS

ଭାରତ-ଇଂଲଣ୍ଡ ସେମିଫାଇନାଲ୍‌: ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି

ଆଡିଲେଡ୍‌ ଓଭାଲ୍‌: ଆଜି ଭାରତ-ଇଂଲଣ୍ଡ ସେମିଫାଇନାଲ୍‌ ମ୍ୟାଚରେ ଟସ ଜିତି  ଇଂଲଣ୍ଡ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଇଂଲଣ୍ଡ ବିପକ୍ଷରେ ଭାରତ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛି । ଜିମ୍ବାଓ୍ବେ ସହ ଯେଉଁ ଖେଳାଳି ଥିଲେ ସେହି ଖେଳାଳି ରିପିଟ ହେବେ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି ।

କେ.ଏଲ୍ ରାହୁଲ, ରୋହିତ ଶର୍ମା , ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ , ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଅର୍ଶଦୀପ ସିଂ ଆଜି ମ୍ୟାଚ ଖେଳୁଛନ୍ତି

ରାହୁଲ, ରୋହିତ, ବିରାଟ, ସୂର୍ଯ୍ୟଙ୍କ ଉପରେ ଆଜି ବହୁତ ଅପେକ୍ଷା ରଖିଛନ୍ତି ଭାରତୀୟ ପ୍ରଶଂସକ । ପନ୍ତ ଆଜି ଖେଳୁଛନ୍ତି । ହାର୍ଦିକ ପାଣ୍ଡ୍ୟା ଏବଂ ପନ୍ତ ମଧ୍ୟ ଆଜି ଭଲ ବ୍ୟାଟିଂ କରିବାକୁ ଚାହିଁବେ । ଭାରତକୁ 180 ରନ କଲେ ଇଂଲଣ୍ଡ ପାଇଁ ଲଢ଼େଇ ଜୋରଦାର ହୋଇପାରିବ ।  ଦୀର୍ଘ ୧୫ ବର୍ଷ ପରେ ପୁଣି ଥରେ ଭାରତ ପାଖରେ ଫାଇନାଲ୍‌ ଖେଳିବା ସୁଯୋଗ ସୃଷ୍ଟି ହୋଇଛି। ଭାରତ-ଇଂଲଣ୍ଡ ମ୍ୟାଚ୍‌କୁ ନେଇ ପ୍ରଶଂସକମାନଙ୍କ ଉତ୍ସାହ ବଢ଼ିଛି । 22ଟି ମ୍ୟାଚ ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ବେଳେ ଭାରତ 12ଟି ମ୍ୟାଚରେ ଜିତିଛି । ଇଂଲଣ୍ଡ 10ଟି ମ୍ୟାଚରେ ଜିତିଛି ।

Leave A Reply

Your email address will not be published.