Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀଙ୍କ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରୁ ଟ୍ରେନ୍ ଯୋଗେ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁଗୋଳ ଓ ଢେଙ୍କାନାଳରେ ଥିବା ବିଭିନ୍ନ ରେଳ ଷ୍ଟେସନ ପରିଦର୍ଶନ  କରିବା ସହ ଚାଲିଥିବା କାର୍ଯ୍ୟ ସମ୍ପର୍କରେ  ରେଳ ଅଧିକାରୀ ଓ ଲୋକଙ୍କ ସହ ଆଲୋଚନା କରିବେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଳଚେର ରୋଡ ରେଳ ଷ୍ଟେସନ, ଅନୁଗୋଳ ରେଳ ଷ୍ଟେସନ, ବଳରାମ ରେଳ ଷ୍ଟେସନ, ତାଳଚେର ରେଳ ଷ୍ଟେସନ, ସୁନାଖଣି ରେଳ ଷ୍ଟେସନ, ବୁଢ଼ାପଙ୍କ ରେଳ ଷ୍ଟେସନ, ମେରାମୁଣ୍ଡଳି ରେଳ ଷ୍ଟେସନ, ହିନ୍ଦୋଳ ରୋଡ ରେଳ ଷ୍ଟେସନ, ସଦାଶିବପୁର ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ପଚାରି ବୁଝିବେ ।

ପରବର୍ତ୍ତୀ ପର୍ଯ୍ୟାୟରେ ଢ଼େଙ୍କନାଳ ରେଳ ଷ୍ଟେସନ, ଶ୍ୟାମଚରଣପୁର ରେଳ ଷ୍ଟେସନ, ଜୋରନ୍ଦା ରୋଡ ରେଳ ଷ୍ଟେସନରେ ହୋଇଥିବା କାର୍ଯ୍ୟ ଗୁଡ଼ିକର ଅଗ୍ରଗତି କାର୍ଯ୍ୟର ସମକ୍ଷା କରିବେ ।

Leave A Reply

Your email address will not be published.