Latest Odisha News

BREAKING NEWS

ସମଲିଙ୍ଗୀ ଦମ୍ପତି କିଭଳି ପାଇବେ ସାମାଜିକ ସୁବିଧା, କେନ୍ଦ୍ରକୁ ପଚାରିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ମାନ୍ୟତା ଦେଇ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଛି । ହେଲେ ସମଲିଙ୍ଗୀ ଦମ୍ପତି ଅନ୍ୟ ଦମ୍ପତିଙ୍କ ଭଳି କିଭଳି ସମସ୍ତ ସୁବିଧା ସୁଯୋଗ ସମାଜରେ ପାଇବେ । ଏନେଇ କଣ ରାସ୍ତା ରହିଛି ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ସମଲିଙ୍ଗି ଦମ୍ପତି କିଭଳି ଜଏଣ୍ଟ ବ୍ୟାଙ୍କ ଆକାଉଣ୍ଟ ଖୋଲିବେ ? କିଭଳି ଜୀବନ ବୀମାରେ ଜୀବନ ସାଥୀଙ୍କୁ ନୋମିନି ରଖିବେ ? ସେନେଇ ସରକାର ରାସ୍ତା ବାହାର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।

ଏଥିସହ ଆସନ୍ତା ବୁଧବାର ମାମଲାର ଶୁଣାଣି ହେବ । ବୁଧବାର ସୁଦ୍ଧା ଏନେଇ ଜଣାଇବାକୁ ସଲିସିଟର ଜେନେରାଲଙ୍କୁ କୋର୍ଟ କହିଛନ୍ତି । ସମଲିଙ୍ଗୀ ବିବାହ ମାନ୍ୟତା ପାଇଲେ ସେମାନେ କିଭଳି ସାମାଜିକ ସୁବିଧା ଓ ସୁରକ୍ଷା ପାଇବେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଏସବୁକୁ ନିଶ୍ଚିତ କରିବା ଲାଗି ସମ୍ପର୍କରେ ବାଧା ଦେଇ ହେବ ନାହିଁ ବୋଲି କହିଛନ୍ତି ପ୍ରଧାନବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ।

ସୂଚନାଯୋଗ୍ୟ, କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ସଂସଦ କୋର୍ଟ ନୁହେଁ । ସମଲିଙ୍ଗୀ ବିବାହକୁ ନେଇ ଆଲୋଚନା ହେବା ଦରକାର । ଏହି ପ୍ରସଙ୍ଗକୁ ସରକାର ବନାମ ନ୍ୟାୟପାଳିକା କରିବାକୁ ଚାହୁଁ ନଥିବା କହିଥିଲେ କିରଣ ରିଜିଜୁ ।

କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ସ୍ୱୀକୃତି ନେଇ ହୋଇଥିବା ଆବେଦନକୁ ବିରୋଧ କରି ଆସୁଛନ୍ତି । ଏହିଭଳି ବିବାହ ଭାରତୀୟ ପରିବାର ସହ ସମାନ ନୁହେଁ ଏବଂ ଏହା ସ୍ୱାମୀ, ସ୍ତ୍ରୀ ଓ ଛୁଆକୁ ନେଇ ପରିବାରର ପରିଭାଷାକୁ ବୁଝାଉ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଯୁକ୍ତି ରଖିଥିଲେ । ଯାହାର ଶୁଣାଣି ପ୍ରଧାନବିଚାରପତିଙ୍କ ନେତୃତ୍ୱାଧୀନ ୫ ଜଣିଆ ଖଣ୍ଡପୀଠ ଗତ ସପ୍ତାହରୁ କରୁଛନ୍ତି ।

Leave A Reply

Your email address will not be published.