Latest Odisha News

ରାଷ୍ଟ୍ରପତି ଟ୍ରମ୍ପଙ୍କ ନିଷ୍ପତ୍ତି ଆମେରିକାକୁ କରିବ ଅଡୁଆ ? ଡଲାରର ଆସୁଛି ବିକଳ୍ପ !

ନୂଆଦିଲ୍ଲୀ: ବ୍ରିକ୍ସ ଦେଶ ସମୂହ ମଧ୍ୟରେ ଡଲାରର ବିକଳ୍ପ ଚିନ୍ତା ଆମେରିକାକୁ କରିଦେଇଛି ବିଚଳିତ । ବିଶେଷକରି ସେତେବେଳେ ହ୍ବାଇଟ୍ ହାଉସକୁ ଆସିବା ଆସିବା ହେଉଥିବା ଟ୍ରମ୍ପ, ବ୍ରିକ୍ସର କଳେବର ବୃଦ୍ଧି ଏବଂ ଡଲାରର ବିକଳ୍ପ ଚିନ୍ତାକୁ ନେଇ ବିଚଳିତ ହୋଇ ପଡ଼ିଥିଲେ । ନଭେମ୍ବରରେ ତାଙ୍କ ବିଜୟ ସୁନିଶ୍ଚିତ ହେବା ପରେ ବ୍ରିକ୍ସ ଦେଶ ସମୂହକୁ ସେ ଚେତାବନୀ ଦେଇଥିଲେ । ଡଲାରର ବିକଳ୍ପ ଚିନ୍ତା କଲେ, ବ୍ରିକ୍ସ ଦେଶ ସମୂହ ଉପରେ ଶତ ପ୍ରତିଶତ କର ଲାଗୁ କରିବାକୁ ଧମକ ଦେଇଥିଲେ । ଆଉ ଏବେ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ସେହି କଥା ଦୋହରାଇଛନ୍ତି ।

ଶୁଣିଲେ ତ ଟ୍ରମ୍ପଙ୍କ ଧମକ । ସତରେ ଟ୍ରମ୍ପଙ୍କ ଏ ଧମକରେ ଦମ୍ ଅଛି ନା ଏହା କେବଳ ଲୋକ ଦେଖାଣିଆ ଫଁ ! କେବଳ ବ୍ରିକ୍ସର କଳେବର ବୃଦ୍ଧିକୁ ନେଇ ସେ ବିଚଳିତ ନା ୟୁରୋପୀୟ ସଂଘକୁ ନେଇ ସଙ୍କାରେ ! ୱାସିଂଟନ ଡିସିରେ ଟ୍ରମ୍ପଙ୍କ ଶପଥ ସମାରୋହ ସହ ସ୍ବିଜରଲାଣ୍ଡର ଡାଭୋସରେ ଆରମ୍ଭ ହୋଇଥିଲା ବିଶ୍ବ ଆର୍ଥିକ ସମ୍ମିଳନୀ । ୟୁରୋପୀୟ ସଂଘର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟେନ୍ । ଡାଭୋସ୍ ଡାଏସରୁ ଆମେରିକାର ଡଲାର୍ ଆଧାରିତ ଅର୍ଥନୀତିକୁ ସେ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ।

ଟ୍ରମ୍ପ ତାଙ୍କ ଦ୍ବିତୀୟ ଟର୍ମରେ ବ୍ରିକ୍ସରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି । ଗୋଟେ ପରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ VIP ଇନଭିଟେସନ୍ ଦେବା ସହ ଚୀନ ଉତ୍ପାଦ ଉପରେ ୬୦ ପ୍ରତିଶତ କର ଲାଗୁ କରିବାକୁ ଚେତାବନୀ ଦେଇଥିଲେ । ହେଲେ ଟ୍ରମ୍ପଙ୍କ ଶପଥ ସମାରୋହକୁ ରାଷ୍ଟ୍ରପତି ସି ଜିନପିଙ୍ଗ ଆସିଲେନି ବରଂ ପ୍ରତିନିଧି ପଠାଇଲେ । ସେପଟେ ୬୦ ପ୍ରତିଶତ କର ଧମକରୁ ଏବେ ୧୦ ପ୍ରତିଶତକୁ ଖସି ଆସିଛନ୍ତି ଟ୍ରମ୍ପ ।

Comments are closed.