ବ୍ରହ୍ମପୁର: ଚାକିରି କରିବାକୁ ଯାଇ ନିଖୋଜ ହୋଇଗଲେ ପୁଅ । ଆଉ ଏହି ଖବର ପାଇ ଦେହରେ ଜୀବନ ନଥିଲା ପରି ଘରେ ପଡି ରହିଛି ମାଆ । କାନ୍ଦି କାନ୍ଦି ମା’ ଆଖିରୁ ଲୁହ ଶୁଖିଗଲାଣି ସିନା ହେଲେ ପୁଅର କୌଣସି ଖୋଜ ଖବର ନାହିଁ ।
ବ୍ରହ୍ମପୁର ଗେଟ୍ ବଜାରର ସୌରଭ କୁମାର ପାତ୍ର । ସେ କେରଳର କୋଚି ଆଇଏନଏସ୍ ଗରୁଡ଼ାରେ କାର୍ଯ୍ୟରେ ଯୋଗ ଦେବାକୁ ଗତ ୧୯ ତାରିଖରୁ ସେ ଟ୍ରେନ୍ ରେ ଯାଉଥିଲେ ହେଲେ ତାପରଠାରୁ ସେ ନିଖୋଜ ଅଛନ୍ତି । ନା ସେ ତାଙ୍କର ଚକିରିରେ ଯୋଗଦେଇଛନ୍ତି ନା ତାଙ୍କର କୌଣସି ଖୋଜ ଖବର ଅଛି ।
ଏନେଇ ସୌରଭଙ୍କ ମାଆ ଓ ତାଙ୍କ ସାନ ଭାଇ ବ୍ରହ୍ମପୁର ଟାଉନ୍ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଏକ ମିସିଂ ରିପୋର୍ଟ କରି ତଦନ୍ତ ଆରମ୍ଭ କରିଛି । ସୌରଭଙ୍କ ଶେଷ ମୋବାଇଲ ଲୋକେସନ ଇଛାପୁରମ ଥିବା ପରିବାର ଲୋକେ କହିଛନ୍ତି । ପୁଅକୁ ଖୋଜି ଆଣିବାକୁ ସେ ପୋଲିସ ଓ ନୌସେନାରେ ଆକୁଳ ନିବେଦନ କରିଛନ୍ତି ।
ସୌରଭଙ୍କୁ ଅପହରଣ କରାଯାଇଛି ନା ସେ କେଉଁଆଡେ ଚାଲିଯାଇଛନ୍ତି ସେନେଇ ଏବେ ତଦନ୍ତ ଚଳାଇଛି ପୋଲିସ l
Comments are closed.