Latest Odisha News

BREAKING NEWS

ପଦ୍ମ ଧରିଲେ ବଡଚଣା ନିର୍ବାଚନମଣ୍ଡଳୀ ବିଜେଡିର ଶତାଧିକ କର୍ମୀ ଓ ନେତା

ଭୁବନେଶ୍ୱର: ସୁଦୃଢ ହେଉଛି ରାଜ୍ୟ ବିଜେପି । ଦଳରେ ମିଶୁଛନ୍ତି ବିଭିନ୍ନ ଦଳର ନେତା ଓ କର୍ମୀ । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନମଣ୍ଡଳୀ ଛତିଆ ଗ୍ରାମ ପଞ୍ଚାୟତର ପଞ୍ଚାୟତ ସମିତି ସଦସ୍ୟ ଦୀପକ ସାହୁ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ସାହୁଙ୍କ ସମେତ ଶତାଧିକ ବିଜେଡି କର୍ମୀ ଓ ନେତା ବିଜେପିରେ ଯୋଗ ଦେଇଛନ୍ତି ।

ସେହିପରି ପୁରୀ ଜିଲ୍ଲା ନିମାପଡାର ବରିଷ୍ଠ ଆଇନଜୀବୀ ସୁଧିର ଚରଣ ମହାନ୍ତି ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର, ଯାଜପୁର ଲୋକସଭା କ୍ଷେତ୍ରର ସଂସଦୀୟ ପ୍ରାର୍ଥୀ ଡ.ରବି ନାରାୟଣ ବେହେରା, ବଡଚଣା ବିଧାୟକ ପ୍ରାର୍ଥୀ ଅମର ନାୟକ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବା କହିଛନ୍ତି ଦଳରେ ନୂତନ ଭାବେ ମିଶିଥିବା ସଦସ୍ୟମାନେ ।

 

Leave A Reply

Your email address will not be published.