Latest Odisha News

BREAKING NEWS

ଓଡିଶା ଆସିବେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଆଥଲେଟ ନୀରଜ ଚୋପ୍ରା

ଭୁବନେଶ୍ୱର: ମେ ୧୨ରୁ ୧୫ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ୨୭ତମ ନ୍ୟାଶନାଲ ଫେଡେରେଶନ କପ ଆଥଲେଟିକ୍ସ ଚାମ୍ପିୟନଶିପ ଆୟୋଜିତ ହେବ । ଏହି ପ୍ରତିଯୋଗିତାରେ ଭାରତର ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଅଂଶଗ୍ରହଣ କରିବେ । ୨୦୨୧ ପରେ ସେ ଘରୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଫେଡେରେଶନ କପ ପୂର୍ବରୁ ସେ ମେ ୧୦ରେ ଦୋହାରେ ହେବାକୁ ଥିବା ଡାଇମଣ୍ଡ ଲିଗରେ ଅଂଶଗ୍ରହଣ କରିବେ । ଏଥିରେ ଓଡିଶାର ଷ୍ଟାର ଆଥଲେଟ କିଶୋର ଜେନା ମଧ୍ୟ ମୁକାବିଲାରେ ଅବତୀର୍ଣ୍ଣ ହେବେ । ଅଲିମ୍ପିକ ପରେ ବିଶ୍ୱ ଚାମ୍ପିୟନଶିପ, ଏସିଆନ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡାରେ ନୀରଜ ଚାମ୍ପିୟନ ହୋଇ ସାରିଛନ୍ତି ।

ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ମୁଁ ଫିଟ ରହିବା ସହ ଶ୍ରେଷ୍ଠ ପ୍ରଦର୍ଶନ ବଜାୟ ରଖିବା ଲକ୍ଷ୍ୟରେ ରହିବି ବୋଲି ନରାଜ କହିଛନ୍ତି । ଏଥର ୯୦ ମିଟର ମାର୍କ ହାସଲ କରିବା ମୋର ଟାର୍ଗେଟ ରହିବ ବୋଲି ୨୬ ବର୍ଷୀୟ ଏହି ଅଲିମ୍ପିକ ଚାମ୍ପିୟନଜଣଙ୍କ କହିଛନ୍ତି । ବିଶ୍ୱ ଚାମ୍ପିୟନଶିପରେ ସେ ୮୯.୯୪ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରିଛନ୍ତି । ଏହା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି । ଭାରତ ପାଇଁ ଆଗକୁ ଆହରି ସଫଳତା ହାସଲ କରିବା ପାଇଁ ଉଦ୍ୟମ ଜାରୀ ରଖିବି ବୋଲି ନୀରଜ କହିଛନ୍ତି ।

Leave A Reply

Your email address will not be published.