Latest Odisha News

BREAKING NEWS

ଗୁଜୁରାଟରେ ଭୂ-କମ୍ପ ଝଟକା, ଲୋକେ ଭୟଭୀତ

ଅହମ୍ମଦାବାଦ: କିଛି ଦିନର ବ୍ୟବଧାନରେ ପୁଣି ଗୁଜୁରାଟରରେ ଭୂ-କମ୍ପ ଝଟକା ଅନୂଭୁତ ହୋଇଛି । ନ୍ୟାସନାଲ ସେଣ୍ଟର ସେସମୋଲୋଜି ଅନୁସାରେ ସୌରାଷ୍ଟ୍ରର ତଲାଲା ଠାରୁ ୧୨ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ଏକ ଭୂକମ୍ପ ଝଟକାରେ ଥରିଉଠିଛି ଅଞ୍ଚଳ । ଏହି ଭୂ-କମ୍ପ ଆଜି ଅପରାହ୍ନ ୩ ଟା ୧୮ ମିନିଟ୍ ରେ ହୋଇଛି ।

ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୩.୪ ରହିଛି । ଏପର୍ଯ୍ୟନ୍ତ ଭୂ-କମ୍ପ ଜନିତ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ । ଭୂ-କମ୍ପ ଅନୁଭୂତ ହେବା କ୍ଷଣି ହିଁ ଲୋକମାନେ ଘରୁ ବାହାରକୁ ପଳାଇଆସିଥିଲେ ।

ଗତ କିଛି ବର୍ଷ ମଧ୍ୟରେ ଗୁଜୁରାଟର ସୌରାଷ୍ଟ୍ରରେ ଅନେକ ଥର ଭୂ-କମ୍ପ ଅନୁଭୂତ ହୋଇଛି । ଯେଉଁଥିପାଇଁ ଏଠାରେ ରହୁଥିବା ଲୋକଙ୍କ ମଧ୍ୟରେ ପ୍ରାୟତଃ ଭୟର ବାତ୍ତାବରଣ ଦେଖିବାକୁ ମିଳିଛି ।

Leave A Reply

Your email address will not be published.