Latest Odisha News

BREAKING NEWS

ଶିଳପୁଆରେ ସ୍ତ୍ରୀର ମୁଣ୍ଡକୁ ଛେଚି ମାରିଦେଲା ସ୍ୱାମୀ

ଯାଜପୁର ଟାଉନ: ଘରୋଇ କଳହରୁ ମୁଣ୍ଡରେ ପିତ୍ତ ଚଢ଼ିଗଲା । ହିତାହିତ ଜ୍ଞାନ ହରାଇ ବସିଲେ ସ୍ୱାମୀ । ସ୍ତ୍ରୀର ମୁଣ୍ଡକୁ ଶିଳପୁଆରେ ଛେଚି ହତ୍ୟା କରିଥି ସ୍ୱାମୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଇଶ୍ୱରପୁର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ହେଲେ ବୀଣାପାଣି ଦାସ । ଗତକାଲି ଏହି ହତ୍ୟାକାଣ୍ଡ ଘଟିଥିଲା । ଆଜି ପୋଲିସ ଅଭିଯୁକ୍ତ ସ୍ୱାମୀ ଅରୁଣ ସାହୁକୁ ଗିରଫ କରିଛି ମଙ୍ଗଳପୁର ଥାନା ପୋଲିସ ।

ଅରୁଣ ଓ ବୀଣାପାଣିଙ୍କ ଭିତରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଅରୁଣ ଏକ ଶିଳପୁଆରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲା । ପ୍ରବଳ ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ବୀଣାପାଣି । ଏହି ଘଟଣା ପରେ ଅରୁଣ ଘର କବାଟ ଖୋଲି ନଥିଲା ।
ପଡୋଶୀ ଏକଥା ଜାଣିବା ପରେ ମଙ୍ଗଳପୁର ଥାନାକୁ ଖବର ଦେଇଥିଲେ । ପୋଲିସ  ପହଞ୍ଚି ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବିଭିନ୍ନ ଲୋକଙ୍କର ବୟାନ ରେକର୍ଡ କରିବା ସହ ତଦନ୍ତ ଜାରି ରଖିଛି ମଙ୍ଗଳପୁର ଥାନା ପୋଲିସ ।

Leave A Reply

Your email address will not be published.