Latest Odisha News

BREAKING NEWS

ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଆହ୍ବାନ ଦେଲେ ଅପରାଜିତା

ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଆହ୍ବାନ ଦେଲେ ଭୁବନେଶ୍ୱର ସାଂସଦ ପ୍ରାର୍ଥି ଅପରାଜିତା ଷଡ଼ଙ୍ଗୀ । ଗତ ୫ ବର୍ଷରେ ମୁଁ ସମସ୍ତଙ୍କୁ ଧରି ପରିଶ୍ରମ କରିଛି । ଲିଙ୍ଗରାଜ ମନ୍ଦିର ପ୍ରକଳ୍ପରେ ଯଦି ବାଧା ସୃଷ୍ଟି କରିଥିଲି । ତେବେ ପ୍ରମାଣ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଅପରାଜିତା । ମୁଖ୍ୟମନ୍ତ୍ରୀ  ମିଛ କହୁଛନ୍ତି  । ଆଜି ପ୍ରେସମିଟ୍ କରି କିଛି ଏଭଳି ଅଭିଯୋଗ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ ।

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ଶୁଣିବା ପରେ ଡିବେଟ୍‌ ପାଇଁ ଡାକିଥିଲି। ଗତ ୫ ବର୍ଷରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଯେଉଁ ସବୁ ବିକାଶ ମୂଳକ କାର୍ଯ୍ୟ କରିଛି, ତାକୁ ନେଇ ଡିବେଟ୍‌ ପାଇଁ ନିବେଦନ କରିଥିଲି। ୪୮ଘଣ୍ଟା ବିତିଗଲା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମାଣ ଦେଲେନାହିଁ। ଡିବେଟ୍‌ ପାଇଁ ରାଜି ହେଲେନି।  ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ କେତେ ଟାଇମ ଲାଗିଥିବ  ଭିଡିଓ ବନାଇବାକୁ  । ପ୍ରଥମେ ତାଙ୍କୁ ଜଣେ ସ୍କ୍ରିପ୍ଟ ଦେଇଥିବ ତାପରେ ସେ ଭିଡିଓ ବନେଇଛନ୍ତି  । ମୁଁ ଧନ୍ୟବାଦ ଦେଉଛି ମୁଖ୍ୟମନ୍ତ୍ରୀଙ୍କୁ ଯେ ମୋ କଥା ଏତେ ଚିନ୍ତା କରୁଛନ୍ତି । ୨୪ ବର୍ଷର ମୁଖ୍ୟମନ୍ତ୍ରୀ ସେ ,ମୁଁ ମାତ୍ର ଥରେ ନିର୍ବାଚିତ ହୋଇଥିବା ସାଧାରଣ ସାଂସଦ । ଏହା ଏକ ହାସ୍ୟସ୍ପଦର କଥା  ଯେ ସେ ମିଛ କହୁଛନ୍ତି ଅଥଚ ଜାଣିପାରୁ ନାହାଁନ୍ତି।

କିନ୍ତୁ ସବୁଠୁ ଦୁଖଃର କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ସ୍କ୍ରିପ୍ଟ ଦିଆଗଲା ସେ ପଢିଦେଲେ । ଜାଣିପାରିଲେ ନାହିଁ କ’ଣ ପଢୁଛନ୍ତି ।ତାଙ୍କ କୋଟରୀ ତାଙ୍କୁ ବାଧ୍ୟ କରୁଛି ମିଛ କହିବା ପାଇଁ । ଅପରାଜିତା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ଶୁଣିବା ପରେ ଡିବେଟ୍‌ ପାଇଁ ତାଙ୍କୁ ଡାକିଥିଲି। ମୁଁ କଣ କାମ କରିଥିଲି ତାର ପ୍ରମାଣ ଦେବା ପାଇଁ କହିଥିଲି। କିନ୍ତୁ ୪୮ଘଣ୍ଟା ବିତିଗଲା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମାଣ ଦେଲେନାହିଁ ।

ସୂଚନାଯୋଗ୍ୟ ଗତ କିଛିଦିନ ତଳେ, ଭିଡିଓ ବାର୍ତ୍ତା ମାଧ୍ୟମରେ ନବୀନ ପଟ୍ଟନାୟକ ଲିଙ୍ଗରାଜ ପ୍ରକଳ୍ପକୁ ନେଇ ଅପରାଜିତା ବିରୋଧ କରିଥିବା ଅଭିଯୋଗ ଆଣିଥିଲେ । ତେବେ ଅଭିଯୋଗର ତଥ୍ୟ ଓ ପ୍ରମାଣ  ଦେବାକୁ ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ । ଲିଙ୍ଗରାଜ ମନ୍ଦିର କାମକୁ କେବେବି ବିରୋଧ କରିନି ବୋଲି ଅପାରାଜିତା କହିଥିଲେ । ଏହି ଭିଡିଓ ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ବିତର୍କ ପାଇଁ ଆହ୍ବାନ ଦେଇଥିଲେ ଅପାରାଜିତା ।

Leave A Reply

Your email address will not be published.