Latest Odisha News

BREAKING NEWS

ହାରିଯିବା ଭୟରେ ନଗଦ ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଲୋଭିତ କରୁଛି ବିଜେଡି: ଉର୍ମିଳା ମହାପାତ୍ର

ଭୁବନେଶ୍ୱର: ଏକ ସଶକ୍ତ ଓ ସୁଦୃଢ଼ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ନିର୍ବାଚନ ମେରୁଦଣ୍ଡ ସଦୃଶ । ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ ହେବା ଉଚିତ, ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ଅଟେ । କିନ୍ତୁ ଦୁଃଖର ବିଷୟ ବିଜୁ ଜନତା ଦଳ ୨୫ବର୍ଷ ଓଡ଼ିଶାକୁ ଶାସନ କରିଥିଲେ ମଧ୍ୟ ନିର୍ବାଚନ ସମୟରେ ଅଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ପାରହେବା ପାଇଁ ଅପଚେଷ୍ଟା ଚଳାଇଛି । ନିର୍ବାଚନ ହାରିବା ଭୟରେ ଶାସକ ଦଳ ନିଜର ହିତାହିତ ଜ୍ଞାନ ହରାଇବସିଛି । ଜିତିବା ଆଶାରେ ବିଜେଡି ହିଂସା ଓ ହତ୍ୟାକୁ ଅସ୍ତ୍ର କରିଛି । ହାରିଯିବା ଭୟରେ ବିଜେଡି ନଗଦ ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଲୋଭନ ଦେଖାଉଛି ବୋଲି ଅଭିଯୋଗ କରିଛି ବିଜେପି ।

ବିଜେପି କହିଛି ଯେ, ଏଭଳି ଜଘନ୍ୟ କାଣ୍ଡରେ ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନଙ୍କର ସିଧାସଳଖ ସଂପୃକ୍ତି ରହିଛି । ଯଥା ସମ୍ବଲପୁରର ବିଜେଡି ସାଂସଦ ପ୍ରାର୍ଥୀ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ପ୍ରରୋଚନାରେ ସିଦ୍ଧାର୍ଥ ଶାହ ଓ ସମରଜିତ୍ ପଟ୍ଟନାୟକ ସମ୍ବଲପୁରର ବିହାରିପଡାର ଚନ୍ଦରପୁର ବସ୍ତିରେ ଭୋଟରଙ୍କୁ କ୍ରିକେଟ୍ କିଟ୍‌, ବିଭିନ୍ନ ଦେବାଳୟକୁ ମ୍ୟୁଜିକ୍ ସେଟ୍‌, ଯୁବକଙ୍କୁ ବିଭିନ୍ନ ପ୍ରକାର ମନଲୋଭା ଉପହାର ବାଣ୍ଟୁଛନ୍ତି । ଏନେଇ ପୂର୍ବରୁ ବିଜେପି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲା କିନ୍ତୁ ସୁଫଳ ମିଳିନାହିଁ । ଏହାଦ୍ୱାରା ନିର୍ବାଚନ ଆଚରଣ ବିଧିର ଖୋଲା ଉଲଘଂନ ହେଉଛି । ଯାହାର ଭିଡିଓ ଓ ଫଟୋକୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଛି ବିଜେପି ପ୍ରତିନିଧିମଣ୍ଡଳୀ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର ।

ଶାସକ ବିଜେଡିର ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପ୍ରସଙ୍ଗରେ ବିଜେପିର ଏକ ପ୍ରତିନିଧି ଦଳ ତଥ୍ୟ ଓ ପ୍ରମାଣ ସହ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହାର ତଦନ୍ତ କରି ଦୃଢ଼ ପଦକ୍ଷେପ ନିଅନ୍ତୁ । ଆଗକୁ ବାକି ଥିବା ୨ଟି ପର୍ଯ୍ୟାୟ ନିର୍ବାଚନ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା ହେବା ସହ ହିଂସା ଓ ଅପରାଧ ମୁକ୍ତ ହେବା ଦରକାର । ଏହାକୁ ଦୃଷ୍ଟିଦେବାକୁ ସିଇଓଙ୍କ ପାଖରେ ଶ୍ରୀମତୀ ମହାପାତ୍ର ଅନୁରୋଧ କରିଛନ୍ତି ।

 

Leave A Reply

Your email address will not be published.