Latest Odisha News

BREAKING NEWS

ଭାରତୀୟ ବାୟୁସେନା ସୃଷ୍ଟି କଲା ଆଉ ଏକ ମାଇଲଖୁଣ୍ଟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ସୃଷ୍ଟି କଲା ଆଉ ଏକ ମାଇଲଖୁଣ୍ଟ । ନାଇଟ୍ ଭିଜନ୍ ଗଗଲ୍ସ ସହାୟତାରେ ରାତି ସମୟରେ ଇଷ୍ଟର୍ଣ୍ଣ ସେକ୍ଟରରେ ସଫଳ ଭାବେ ଅବତରଣ କରିଛି ବାୟୁସେନାର ସି-୧୩୦ଜେ ବିମାନ । ଏହା ଭବିଷ୍ୟତରେ ଭାରତକୁ ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲାରେ ସହାୟକ ହେବ । ଭାରତୀୟ ବାୟୁସେନାର ସୋସିଆଲ ମିଡ଼ିଆ ଏକ୍ସ ଆକାଉଣ୍ଟରେ ଅବତରଣ ବେଳର ଦୁଇଟି ଭିଡ଼ିଓକୁ ରେକର୍ଡ କରାଯାଇ ସେୟାର କରାଯାଇଛି ।

ଏହା ପୂର୍ବରୁ ଭାରତୀୟ ବାୟୁସେନା ସି-୧୩୦ଜେ ସୁପର ହର୍କ୍ୟୁଲ୍ସ ବିମାନକୁ ରାତିରେ କାର୍ଗିଲ ଏୟାରଷ୍ଟ୍ରିପରେ ସଫଳ ଅବତରଣ କରିଥିଲା । ଏହି ସମୟରେ ବାୟୁସେନାର କମାଣ୍ଡୋଙ୍କୁ ମଧ୍ୟ ସୁପର ହର୍କ୍ୟୁଲ୍ସ ବିମାନରେ କାର୍ଗିଲକୁ ପଠାଯାଇଥିଲା  ।ଏହାପୂର୍ବରୁ ବାୟୁସେନା ପାଇଲଟ୍‌ମାନେ ଉତ୍ତରାଖଣ୍ଡର ଧରାସୁ ଠାରେ ସୁପର ହର୍କ୍ୟୁଲ୍ସ ବିମାନକୁ ସଫଳତାର ସହ ଅବତରଣ କରିଥିଲେ ।

Leave A Reply

Your email address will not be published.