ଭୁବନେଶ୍ବର: ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ଭଲ । ଏହାଦ୍ୱାରା ଓଜନ ହ୍ରାସ, ପେଟ ସଫା ଏବଂ ଅନେକ ଲାଭ ମିଳିଥାଏ । କିନ୍ତୁ କିଛି ଲୋକଙ୍କ ପାଇଁ ସକାଳେ ଗରମ ପାଣି ପିଇବା ତାଙ୍କୁ ଅସୁବିଧାରେ ପକାଇ ପାରେ । ଏପରି ୫ଟି ରୋଗ ଅଛି , ଯେଉଁଥିରେ ସକାଳେ ଗରମ ପାଣି ପିଇବା ଦ୍ବାରା ସମସ୍ୟାକୁ ଆହୁରି ବଢ଼ାଇଥାଏ । ଆସନ୍ତୁ ଜାଣିବା ସେ ସମ୍ବନ୍ଧରେ..
ଗରମ ପାଣି ପିଇବା ଦ୍ୱାରା ଶରୀରର ତାପମାତ୍ରା ବଢ଼ିପାରେ । କାରଣ ଗରମ ପାଣି ଶରୀରକୁ ଉଷ୍ମ କରିଥାଏ ଏବଂ ଝାଳ ଆଣିପାରେ । ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ଯେଉଁମାନଙ୍କୁ ଅତ୍ୟଧିକ ଗରମ ଲାଗେ , ସେମାନେ ଗ୍ରୀଷ୍ମ ଋତୁରେ ଗରମ ପାଣି ପିଇବା ଅନୁଚିତ୍ । ଏହାଦ୍ବାରୀା ଅଂଶୁଘାତ ଆଶଙ୍କା ବଢିପାରେ।
ଯଦି ଆପଣଙ୍କର ପେଟରେ ଅଲସର ଅଛି, ତେବେ ସକାଳେ ଖାଲି ପେଟରେ ଗରମ ପାଣି ପିଇବା ଅନୁଚିତ୍ । ଏହା ଆପଣଙ୍କୁ କ୍ଷତି ପହଞ୍ଚାଇପାରେ । ଗରମ ପାଣି ପିଇଲେ ପେଟରେ ଜଳାପୋଡ଼ା ଏବଂ ଯନ୍ତ୍ରଣା ହୋଇପାରେ । ଗରମ ପାଣି ଏବଂ ମୃଦୁ ପାନୀୟ ନ ପିଇବାକୁ ପରାମର୍ଶ ଦିଅନ୍ତି ଡାକ୍ତର । ସେହିପରି ଅଲସର ଥିବା ଲୋକମାନେ ମସଲାଯୁକ୍ତ ଖାଦ୍ୟ, କ୍ୟାଫିନ୍, ମଦ୍ୟପାନ ଏବଂ ଏସିଡିକ୍ ଖାଦ୍ୟ ଖାଇବାରୁ ଦୂରେଇ ରହିବା ଭଲ ।
ଲୁଜ୍ ମୋସନ୍ ସମସ୍ୟାଥିଲେ ଉଷୁମ ପାଣି ପିଇବା ଠିକ୍ ନୁହେଁ । ଉଷୁମ ପାଣି ପିଇବା ଦ୍ୱାରା ଶରୀରର ମେଟାବୋଲିଜିମ୍ ଏବଂ ଅନ୍ତନଳୀର ଗତି ବୃଦ୍ଧି ପାଇପାରେ । ଇରାଲ୍ କିମ୍ବା ଜୀବାଣୁ ସଂକ୍ରମଣ, ଖରାପ ଖାଦ୍ୟ, ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଦ୍ବାରା ଲୁଜ୍ ମୋସନ୍ ହୋଇଥାଏ । ତେଣୁ ଏହି ସମୟରେ ନର୍ମାଲ ତଥା ଥଣ୍ଡା ପାଣି ପିଇବା ଭଲ ।
ଯଦି କାହାର ଏସିଡ ସମସ୍ୟା ରହିଛି ତେବେ ଏହି ପେଟ ସମସ୍ୟାରେ ମଧ୍ୟ ଗରମ ପାଣି ପିଇବା ଠିକ୍ ନୁହେଁ । ଏହା ପେଟର ଏସିଡ୍ ଖାଦ୍ୟ ନଳୀରେ ପ୍ରବେଶ କରିପାରେ । ଏହି କାରଣରୁ ପେଟ ଯନ୍ତ୍ରଣା ଆରମ୍ଭ ହୋଇପାରେ ।
Comments are closed.