Latest Odisha News

BREAKING NEWS

୨୦୨୦ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଟିକେଟ କିଣିଥିଲେ କ’ଣ କରିବେ ?

ନୂଆଦିଲ୍ଲୀ: କରୋନା ଯୋଗୁ ୨୦୨୦ ଟି-ଟ୍ୱେଣ୍ଟି ବିଶ୍ୱକପ୍ ସ୍ଥଗିତ ରହିଲା । ଏଥିପାଇଁ ଯେଉଁମାନେ ଟିକେଟ କିଣିଥିଲେ ସେମାନେ କଣ କରିବେ ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଥିବ । କିଛି ବ୍ୟସ୍ତ ହେବାର ନାହିଁ । ଏହାର ବାଟ ବାହାର କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି ।

୨୦୨୦ ବିଶ୍ୱକପ ପାଇଁ କିଣିଥିବା ଟିକେଟ କ’ଣ କରିବେ ?
ଏବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳାଯିବ ନାହିଁ । କିନ୍ତୁ ୨୦୨୧ ଓ ୨୦୨୨ରେ ଲଗାତାର ଦୁଇ ବର୍ଷ ଖେଳାଯିବ ଟି-୨୦ ବିଶ୍ୱକପ୍ । ଯେଉଁମାନେ ୨୦୨୦ ସଂସ୍କରଣ ପାଇଁ ଟିକେଟ କିଣିଥିଲେ ସେମାନଙ୍କର ଟିକେଟ ୨୦୨୧ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ବୈଧ ରହିବ ।

ଏଥିପାଇଁ ଆଇସିସି ଗୋଟିଏ ସର୍ତ୍ତ ରଖିଛି । ଯଦି ୨୦୨୧ ବିଶ୍ୱକପ୍ ଅଷ୍ଟ୍ରେଲିଆ ଆୟୋଜନ କରିବ ତେବେ ଟିକେଟ ଭାଲିଡ୍ ରହିବ । କେବଳ ଟିକେଟକୁ ଅପଡେଟ୍ କରି ଦିଆଯିବ । ଯଦି ଅଷ୍ଟ୍ରେଲିଆ ୨୦୨୨ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆୟୋଜନ କରିବ ତେବେ ଦର୍ଶକଙ୍କୁ ସେମାନଙ୍କ ଟିକେଟ ଟଙ୍କା ଫେରସ୍ତ ଦିଆଯିବ ।
ଅକ୍ଟୋବର-ନଭେମ୍ବରରେ ଖେଳାଯିବ ୨୦୨୧ ଟି-ଟ୍ୱେଣ୍ଟି ବିଶ୍ୱକପ୍
ଆସନ୍ତାବର୍ଷ ଅକ୍ଟୋବରରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳାଯିବ । ଫାଇନାଲ୍ ମ୍ୟାଚ ୨୦୨୧ ନଭେମ୍ବର ୧୪ରେ ଅନୁଷ୍ଠିତ ହେବ । ଏହାସହ ଆଇସିସି ୨୦୨୨ ଟି-୨୦ ବିଶ୍ୱକପ୍ ଓ ୨୦୨୩ରେ ହେବାକୁ ଥିବା ଓ୍ୱାନ ଡେ ଓ୍ୱାର୍ଲଡ କପ୍ ସମ୍ପର୍କରେ ଘୋଷଣା କରିଛି । କିନ୍ତୁ କେଉଁଠି ଖେଳାଯିବ ସେନେଇ ଘୋଷଣା କରିନାହିଁ ଆଇସିସି ।

Leave A Reply

Your email address will not be published.