Latest Odisha News

BREAKING NEWS

ମୋ ବିରୋଧରେ ଯଦି ଅଭିଯୋଗ ଅଛି ତଦନ୍ତ ହେଉ : ନରସିଂହ ମିଶ୍ର

ଭୁବନେଶ୍ୱର : ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ ପ୍ରସଙ୍ଗରେ ବିଧାନସଭା ବାହାରେ ଶୁକ୍ରବାର ଦେଖିବାକୁ ମିଳିଥଲା କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ବିଷୋଦଗାର। ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଶ୍ରୀ ମିଶ୍ର କହିଥିଲେ, ମୋ ବିରୋଧରେ ଯଦି କିଛି ଫଟୋ କିମ୍ୱା ଅଭିଯୋଗ ଅଛି, ତାହାହେଲେ ତଦନ୍ତ ହେଉ। ଆଉ ମୁଁ ଯାହା ନାଁ ଧରୁଛି, ତାହା ଉପରେ ମଧ୍ୟ ତଦନ୍ତ କରାଯାଉ।

ନରସିଂହ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନର ଗୃହ ରାଷ୍ଟ୍ରମନ୍ତ୍ରୀ, ଜଣେ ପୂର୍ବତନ ମନ୍ତ୍ରୀ ତଥା ବିର୍ତ୍ତମାନର ବିଜେଡି ବିଧାୟକଙ୍କ ଟେଲିଫୋନ୍‌ ଓ ଲାପ୍‌ଟପ୍‌ ଯାଞ୍ଚ କରାଯାଉ। ଏହାଛଡ଼ା ବଲାଙ୍ଗିର ଜିଲ୍ଲାର ଦୁଇ ଜଣେ ପୂର୍ବତନ ବିଜେଡି ଏମ୍‌ପି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ତଦନ୍ତରେ ଅନ୍ତର୍ଭୁକ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି। ଯିଏ ଦୋଷୀ ବୋଲି ଭାବୁଥିବ, ସିଏ ତଦନ୍ତକୁ ଭୟ କରିବ। ବର୍ତ୍ତମାନ ବଲାଙ୍ଗିରରେ ଯେତେସବୁ ଅପରାଧିକ ମାମଲା ଆଗକୁ ଆସିଛି, ସେଥରେ ବିଜେଡି ନେତାଙ୍କର ସମୃକ୍ତି ରହିଛି। ମୁଁ ବାରମ୍ୱାର ସେକଥା କହିଥିଲେ ବି ସେମାନେ(ବିଜେଡି) କାହିଙ୍କି ଏହାର ଖଣ୍ଡନ କଲେ ନାହିଁ ବୋଲି ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.