Latest Odisha News

BREAKING NEWS

ପୁଅର ଝଲକ ଦେଖାଇଲେ ଅଭିନେତ୍ରୀ ଇଲିଆନା

ମୁମ୍ବାଇ: ପୁଅର ଝଲକ ଦେଖାଇଲେ ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ । ସେ ତାଙ୍କ ପୁଅର ପାଦର ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଫଟୋରେ ଇଲିଆନା ଲାଲ ହୃଦୟ ଇମୋଜୀ ସହ ‘ପିକାବୁ’ ଲେଖିଛନ୍ତି । ଏହାକୁ ଦେଖି ତାଙ୍କ ପ୍ରଶଂସକମାନେ ବେଶ୍ ଖୁସି ହେବା ସହ ତାଙ୍କ କୁନି ପୁଅର ଶୁଭ ମନାସି ଛନ୍ତି ।

ନିକଟରେ ଅଭିନେତ୍ରୀ ଇଲିଆନା ମାଆ ହୋଇଥିଲେ । ଅଗଷ୍ଟ ୧ ତାରିଖରେ ସେ ଏକ ପୁତ୍ର ସନ୍ତାନର ଜନନୀ ହୋଇଥିଲେ । ଏହାକୁ ନେଇ ତାଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଥିଲା । ଏବେ ତାଙ୍କ ପୁଅକୁ ୨୨ ଦିନ ହୋଇଛି । ଏହାକୁ ନେଇ ସେ ଏକ ଫଟୋ ସେୟାର କରି ପୁଅର ନାମ ‘କୋଆ ଫିନିକ୍ସ ଡୋଲନ୍‌’ ରଖିଥିବା କହିଛନ୍ତି । ମା’ ହେବା ପରଠାରୁ ସେ ପୁଅର ଛୋଟ ଛୋଟ ଝଲକ ଦେଖାଇ ଆସୁଛନ୍ତି ।

Leave A Reply

Your email address will not be published.