Latest Odisha News

BREAKING NEWS

ସାମୀଙ୍କୁ ଅପରାଧୀ କହିଲେ ଏହି ଧର୍ମଗୁରୁ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ମହମ୍ମଦ ସାମୀଙ୍କ ଆକର୍ଷଣୀୟ ପ୍ରଦର୍ଶନ ସହାୟତାରେ ଭାରତ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏହି ମ୍ୟାଚ ଅବସରରେ ସାମୀ ଏନର୍ଜି ଡ୍ରିଙ୍କ ପିଉଥିବା ଦେଖିବାକୁ ମିଳିଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସାମୀ ରୋଜା ଭଙ୍ଗ କରି ଅପରାଧ କରିଛନ୍ତି ବୋଲି ମୁସଲମାନ ଧର୍ମଗୁରୁ ମୌଲାନା ଶାହାବୁଦ୍ଦିନ ରଜବୀ ବରେଲବି କହିଛନ୍ତି । ସେ ସୁସ୍ଥ ଥିବା ସତ୍ୱେ ଜାଣିଶୁଣି ରୋଜା ଭଙ୍ଗ କରି ଖରାପ ବାର୍ତା ଦେଇଛନ୍ତି । ଏହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ତେବେ ସାମୀଙ୍କ କୋଚ ମହମ୍ମଦ ବଦରୁଦ୍ଦିନ ମୌଲାନାଙ୍କ ସମାଲୋଚନାକୁ ନିନ୍ଦା କରିଛନ୍ତି । ସାମୀ କୌଣସି ଭୁଲ କରି ନାହାନ୍ତି । ଦେଶଠାରୁ ବଡ ଆଉ କିଛି ନାହିଁ । ରୋଜା ପଛରେ ବି ରଖାଯାଇପାରିବ ବୋଲି ସେ କହିଛନ୍ତି । ଏନସିପି ବିଧାୟକ ରୋହିତ ପାୱାର ମଧ୍ୟ ସାମୀଙ୍କ ସପକ୍ଷରେ ବୟାନ ଦେଇଛନ୍ତି । ଧର୍ମକୁ ଖେଳ ସହିତ ଯୋଡାଯିବା ଠିକ ନୁହେଁ ବୋଲି ସେ କହିଛନ୍ତି । ସାମୀଙ୍କ ପାଇଁ କେବଳ ମୁସଲମାନ ନୁହେଁ ସମଗ୍ର ଦେଶ ଗର୍ବିତ । ଏହି ପ୍ରସଙ୍ଗରେ ଅଧିକାଂଶ ମୌଲାନା ସାମୀଙ୍କ ସପକ୍ଷରେ ରହିଛନ୍ତି ।

Comments are closed.