Latest Odisha News

BREAKING NEWS

ବ୍ରିଜ ଭୂଷଣଙ୍କୁ ନାର୍କୋ ଟେଷ୍ଟ ସାମ୍ନା କରିବା ପାଇଁ ଚ୍ୟାଲେଞ୍ଜ କଲେ ରେସଲର ସାକ୍ଷୀ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ଦୁଷ୍କର୍ମ ମାମଲା ଆଣିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନେଇ ରେସଲରମାନେ ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକ ବୁଧବାର ବ୍ରିଜଭୂଷଣଙ୍କୁ ଚ୍ୟାଲେଂଜ କରିଛନ୍ତି । ସେ କହିଛନ୍ତି ତୁମେ ଯଦି କିଛି ଭୁଲ କରି ନାହଁ ତାହାହେଲେ ନାର୍କୋ ଟେଷ୍ଟ ସାମ୍ନା କର । ୭ଜଣ ରେସଲର ବ୍ରିଜଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଆଣିଛନ୍ତି । ସେ ଏବେ ବି ଡବ୍ଲ୍ୟୁଏଫଆଇ କାର୍ଯ୍ୟରେ କାହିଁକି ମୁଣ୍ଡ ପୂରାଉଛନ୍ତି ବୋଲି ସାକ୍ଷୀ ଅଭିଯୋଗ ଆଣିଛନ୍ତି । ୨୦୨୧ ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ପୁନିଆ କହିଛନ୍ତି ସମସ୍ତ ପ୍ରତିଯୋଗିତା ଆଇଓଏର ଆଡଡକ ପ୍ୟାନେଲ ଅନୁସାରେ ହେଉ । ଯଦି ବ୍ରିଜଭୂଷଣ ଏଥିରେ ସାମିଲ ହେବାକୁ ଚେଷ୍ଟା କରିବେ ତେବେ ଆମେ ବିରୋଧ କରିବୁ ବୋଲି ସେ କହିଛନ୍ତି ।

ବ୍ରିଜଭୂଷଣଙ୍କ ବିରୋଧରେ ଯାଂଚ ପ୍ରକ୍ରିୟା ଧୀମା ହେଉଥିବାରୁ ଏହାର ପ୍ରତିବାଦରେ ଗୁରୁବାର ସମସ୍ତେ କଳାପଟି ପିନ୍ଧିବେ ବୋଲି ନିଷ୍ପତି ନେଇଛନ୍ତି । ରେସଲରଙ୍କ ଅଭିଯୋଗ ପରେ ପୋଲିସ ଏପ୍ରିଲ ୨୮ରେ ବ୍ରିଜଭୂଷଣଙ୍କ ବିରୋଧରେ ୨ଟି ଏଫଆଇଆର ରୁଜୁ କରିଛି । ଇତି ମଧ୍ୟରେ ଆଡ ହକ ପ୍ୟାନେଲ ମେ ୧୭ରୁ ଏସିଆନ ଗେମ୍ସ ପାଇଁ ଟ୍ରାଏଲ ପ୍ରକ୍ରିୟା ଆରମ୍ଭ କରିବ ବୋଲି ସୂଚନା ଦେଇଛି ।

Leave A Reply

Your email address will not be published.