Latest Odisha News

BREAKING NEWS

ବିଜେପିରେ ଯୋଗଦେଲେ ମୋରଡା ବିଧାୟକ ପ୍ରବୀଣ ଭଞ୍ଜଦେଓ

ଭବାନୀପାଟଣା : ଶାସକ ଦଳ ବିଜେଡିରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ମୋରଡା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ମଙ୍ଗଳବାର ଦିନ ବିଜେପିରେ ବିଧିବିଦ୍ଧ ଭାବେ ଯୋଗ ଦେଇଛନ୍ତି ।

ସେ ଭବାନୀପାଟଣା ଠାରେ ଆୟୋଜିତ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଗେରୁଆ ଦଳରେ ସାମିଲ ହୋଇଛନ୍ତି ।

ଅଧିକ ପଢନ୍ତୁ: ବିଜେଡ଼ିରୁ ଇସ୍ତଫା ଦେଲେ ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓ

ଶ୍ରୀଯୁକ୍ତ ଭଞ୍ଜଦେଓ ମୋରଡା ବିଧାନସଭା ଆସନରୁ ଟିକେଟ ନପାଇବାରୁ ପରବର୍ତ୍ତୀ ସମୟରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ଆହୁରି ମଧ୍ୟ ନିକଟରେ ବିଜେଡିରେ ସାମିଲ ହୋଇଥିବା ବିଜେପିର ପୂର୍ବତନ ପ୍ରଦେଶ ଉପାଧ୍ୟକ୍ଷ ରାଜକିଶୋର ଦାସଙ୍କୁ ଦଳ ସେହି ନିର୍ବାଚନମଣ୍ଡଳରୁ ପ୍ରାର୍ଥୀ ଭାବେ ମଇଦାନ ଓହ୍ଲାଇଛି ।

ସୂଚନାଯୋଗ୍ୟ ଶ୍ରୀଯୁକ୍ତ ଭଞ୍ଜଦେଓ ସୋମବାର ଦିନ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଥିଲେ ।

Leave A Reply

Your email address will not be published.