Latest Odisha News

BREAKING NEWS

ମହିଳା ବିଶ୍ୱକପ କ୍ରିକେଟ: ବେକାର ଗଲା ହରମନପ୍ରୀତଙ୍କ ବ୍ୟାଟିଂ, ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ଚାଲିଥିବା ମହିଳା ବିଶ୍ୱକପ କ୍ରିକେଟରେ ହରମନପ୍ରୀତ କୌରଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ୱେ ଭାରତ ୬୨ ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଛି । ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଏହା ଓଭରାଲ ୧୦ମ ପରାଜୟ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୯ ୱିକେଟ ହରାଇ ୨୬୦ ରନ କରିଥିଲା । ଏମି ସ୍ୟାଥରୱେଟ ୭୫ ଓ ଅମେଲିୟା କେର ୫୦ ରନର ଇନିଂସ ଖେଳିଥିଲେ । ଭାରତର ପୂଜା ବସ୍ତ୍ରକାର ୪ଟି ୱିକେଟ ନେଇଥିଲେ ।

ଜବାବରେ ଭାରତ ୪୬.୪ ଓଭରରେ ୧୯୮ ରନ କରି ଅଲଆଉଟ ହୋଇ ଯାଇଥିଲା । ହରମନପ୍ରୀତ ୭୧, ମିଥାଲୀ ରାଜ ୩୧ରନ କରିଥିଲେ । ଲି ତାହୁଉ ଓ ଅମେଲିୟା ୩ଟି ଲେଖାଁଏ ୱିକେଟ ନେଇ ଭାରତ ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।

Comments are closed, but trackbacks and pingbacks are open.