Latest Odisha News

BREAKING NEWS

[ଭିଡିଓ] ଋଷିଆ ବୋମାକୁ ଖାଲି ହାତରେ ପାଣି ପକାଇ ନିଷ୍କ୍ରିୟ କରୁଛନ୍ତି ୟୁକ୍ରେନ୍ ବିଶେଷଜ୍ଞ

ଭୁବନେଶ୍ୱର: ଗତ ଦୁଇ ସପ୍ତାହ ଧରି ଋଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି । ସେଥିମଧ୍ୟରେ ଖାସ୍ କରି ୟୁକ୍ରେନ୍ ବାସିନ୍ଦା ତଥା ସୈନ୍ୟମାନଙ୍କର ସାହସ, ବୀରତ୍ୱ ଓ ବଳିଦାନ ସମଗ୍ର ବିଶ୍ୱକୁ ଗଭୀର ଭାବେ ପ୍ରଭାବିତ କରିପାରିଛି ।

BjdElectrycity

ଋଷିୟ ସେନାର ଟ୍ୟାଙ୍କ ସାମ୍ନାରେ ୟୁକ୍ରେନ୍ ବାସିନ୍ଦା ଛିଡା ହୋଇ ପଥରୋଧ କରିବା ଭଳି ଦୃଶ୍ୟ ଖୁବ ଚର୍ଚ୍ଚା ସାଉଣ୍ଟିଥିଲା । ତେବେ ନିକଟରେ ୟୁକ୍ରେନ୍‌ର ବୋମା ନିଷ୍କ୍ରିୟକାରୀ ଦଳର ଏକ କାରନାମା ବହୁଳ ମାତ୍ରାରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ କିଛି ୟୁକ୍ରେନ୍ ବିଶେଷଜ୍ଞ ଖାଲି ହାତରେ ତଥା ପାଣି ପକାଇ ଋଷିଆର ଏକ ଅଫୁଟା ବୋମାକୁ ନିଷ୍କ୍ରିୟ କରିବାରେ ଦେଖାଯାଇପାରେ ।

ଏହି ଭିଡିଓଟି ବିଶ୍ୱର କୋଣଅନୁକୋଣରେ ପହଂଚିଥିଲାବେଳେ ଅନେକଙ୍କୁ ୟୁକ୍ରେନ୍‌ର ସଦ୍ୟ ସ୍ଥିତି ତଥା ସେଠିକାର ବାସିନ୍ଦାଙ୍କ ସାହସିକତାର ପରିଚୟ ଦେଇଛି ।

Comments are closed, but trackbacks and pingbacks are open.