Latest Odisha News

ଶ୍ରୀଲଙ୍କାକୁ ସାହାଯ୍ୟ କରିବା ପାଇଁ ଆଇଏମଏଫ କୁ କହିଲା ଭାରତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଆଇଏମଏଫ(ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଏଭାଙ୍କୁ ଭେଟିଛନ୍ତି । ବର୍ତ୍ତମାନ ଶ୍ରୀଲଙ୍କାର ଅର୍ଥନୈତିକ ସ୍ଥିତି ବିଷୟରେ ଅବଗତ କରିଛନ୍ତି ଭାରତୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥି ସହିତ ଏଭଳି ସମୟରେ ଶ୍ରୀଲଙ୍କାକୁ ସାହାଯ୍ୟ କରିବାକୁ ଆଇଏମଏଫ କୁ ଅନୁରୋଧ କରିଛନ୍ତି ।

ଆଇଏମଏଫ-ୱାର୍ଲଡ ବ୍ୟାଙ୍କ ର ସ୍ପ୍ରିଙ୍ଗ ସିଜିନ୍ ମିଟିଙ୍ଗରେ ନିର୍ମଳା ଯୋଗ ଦେଇ ବିଶ୍ୱ ଅର୍ଥନୀତି ଏବଂ ଆଂଚଳିକ ଅର୍ଥନୀତି ଉପରେ ଆଲୋଚନା କରିଛନ୍ତି । କ୍ରିଷ୍ଟାଲିନା ଏବଂ ନିର୍ମଳାଙ୍କ ଏହି ଦ୍ୱିପାକ୍ଷିକ ବୈଠକରେ ଅର୍ନ୍ତଜାତୀୟ ବଜାରରେ ଶକ୍ତି ଦରବୃଦ୍ଧି ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ।

ଭାରତ ଦେବାଳିଆ କୋଡ୍ ନୀତି ତିଆରି କରିଛି, ଏମଏସଏମଇ କ୍ଷେତ୍ରକୁ ଅଧିକ ଧ୍ୟାନ ଦେଇ ଅର୍ଥନୀତି କ୍ଷେତ୍ରରେ ସଂସ୍କାର ଆଣିଛି ବୋଲି ନିର୍ମଳା ଆଲୋଚନାରେ ଉଲ୍ଲେଖ କରିଥିଲେ । ଏଥର ଭାରତ ଭଲ କୃଷି ଉତ୍ପାଦ ପାଇଛି । କୋଭିଡ ସମୟରେ ମୌସୁମୀ ଚାଷ କାର୍ଯ୍ୟରେ ବେଶ୍ ସହାୟକ ହୋଇଛି ବୋଲି ନିର୍ମଳା କହିଥିଲେ ।

କରୋନା ମହାମାରୀ ସମୟରେ ଭାରତର ଅର୍ଥନୀତି ଅଭିବୃଦ୍ଧିକୁ କ୍ରିଷ୍ଟାଲିନା ପ୍ରଶଂସା କରିଛନ୍ତି । ଆଇଏମଏଫ ର କ୍ଷମତା ବୃଦ୍ଧି କାର୍ଯ୍ୟକ୍ରମରେ ଭାରତର ସହଯୋଗ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.