Latest Odisha News

BREAKING NEWS

ଥୂଆମୂଳ ରାମପୁର ଝିଅ ଜ୍ୟୋତି ରାଜ୍ୟକୁ ଆଣିଛନ୍ତି ଗୌରବ; ଜାତୀୟ ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତାରେ ଦ୍ୱିତୀୟ

ଥୂଆମୂଳ ରାମପୁର: କୁମୁଡ଼ବାହାଲ ଗ୍ରାମ ବିକାଶ ଶିକ୍ଷା ନିକେତନର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜ୍ୟୋତି ପରାଭୋଇ ଜାତୀୟ ସ୍ତରରେ କୃତିତ୍ୱ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ମିଳିତ ଜାତିସଂଘର ଭାରତ ଓ ଭୂଟାନ ମିଳିତ ଆନୁକୂଲ୍ୟରେ ଏବଂ ଫେୟୋର୍ଗେଜ ଅନୁଷ୍ଠାନ ପକ୍ଷରୁ ଏକ ଅନଲାଇନ ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତାରେ ଜ୍ୟୋତି କୃତିତ୍ୱ ହାସଲ କରିଛନ୍ତି ।

ଏହି ପ୍ରତିଯୋଗିତାରେ ଜ୍ୟୋତି ସର୍ବଭାରତୀୟ ସ୍ତରରେ ହିନ୍ଦୀ ଭାଷା ବିଭାଗରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ପ୍ରତିଯୋଗିତାର ଶୀର୍ଷକ ଥିଲା ‘ସ୍କୁଲ ଚାମ୍ପ ଫର୍ କ୍ଲାଇମେଟ୍ ଆକ୍ସନ’ । ଏଥିରେ ଜ୍ୟୋତି ପରିବେଶ ଅନୁକୂଳ ଉତ୍ପାଦ ବିଷୟବସ୍ତୁର ଏକ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ ।

ଏହି ପ୍ରତିଯୋଗିତାରେ ଦେଶର ୨୫୦ଟି ବିଦ୍ୟାଳୟର ୭୨୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଜ୍ୟୋତି ସେମାନଙ୍କ ମଧ୍ୟରେ ନିଜ ପ୍ରକଳ୍ପ ସମ୍ବନ୍ଧୀୟ ଯୁକ୍ତି ଉଚ୍ଚସ୍ତରୀୟ ଯୁକ୍ତି ବାଢ଼ି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଏହି କୃତିତ୍ୱ ପାଇଁ ଜିଲ୍ଲାକୁ ଗୌରବ ଆଣିବା ସହ ରାଜ୍ୟ ସାରାରୁ ପ୍ରଶଂସା ପାଇଛନ୍ତି ।

ଜ୍ୟୋତିଙ୍କ କୃତିତ୍ୱ ପାଇଁ ଗ୍ରାମ ବିକାଶ ଶିକ୍ଷା ନିକେତନର ପ୍ରଧାନ ଶିକ୍ଷକ ଅରବିନ୍ଦ ସ୍ୱାଇଁ ସ୍କୁଲ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଗର୍ବିତ ବୋଲି କହିଛନ୍ତି ।

Leave A Reply

Your email address will not be published.