Latest Odisha News

BREAKING NEWS

ଟି୨୦ ବିଶ୍ୱକପ : ଅଫିସିଆଲ ଅମ୍ପାୟର ପ୍ୟାନେଲ ଭାରତର ନୀତିନ ମେନନ ସାମିଲ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ୧୬ ଜଣିଆ ଅମ୍ପାୟର ତାଲିକା ଘୋଷଣା କରାଯାଇଛି । ଏଥିରେ ଜଣେ ମାତ୍ର ଭାରତୀୟ ଭାବେ ନୀତନ ମେନନଙ୍କୁ ସୁଯୋଗ ମିଳିଛି । ନୀତିନଙ୍କ ଅମ୍ପାୟରିଂ ଦକ୍ଷତା ଆଇସିସିକୁ ପ୍ରଭାବିତ କରିଛି । ଟେଷ୍ଟ କ୍ରିକେଟରେ ତାଙ୍କ ନିଷ୍ପତି ବିରୋଧରେ ଆସିଥିବା ଡିସିସନ ରିଭ୍ୟୁ ସିଷ୍ଟମ ଅଧିକାଂଶ ଭୁଲ ପ୍ରମାଣିତ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଆଇସିସି କ୍ୱାଲିଫାଇଂ ରାଉଣ୍ଡ ଓ ସୁପର୧୨ ପାଇଁ ଅମ୍ପାୟରଙ୍କ ନାମ ଘୋଷଣା କରିଛି ।

ମ୍ୟାଚ ରେଫରୀ: ଆଣ୍ଡ୍ର‌୍ୟୁ ପ୍ରାଇକଫ୍ଟ, କ୍ରିଷ୍ଟୋଫର ବ୍ରଡ, ଡେଭିଡ ବୁନ, ରଞ୍ଜନ ମଦୁଗୁଲେ ।ଅମ୍ପାୟର: ଆଡ୍ରିୟନ ହୋଲ୍ଡଷ୍ଟକ, ଅଲୀମ ଦର, ଏହଶାନ ରାଜା, କ୍ରିଷ୍ଟୋଫର ବ୍ରାଉନ, କ୍ରିଷ୍ଟୋଫର ଗ୍ୟାଫନୀ, ଜୋଏଲ ୱିଲସନ, କୁମାର ଧର୍ମସେନା, ଲେଙ୍ଗଟନ ରୁସରେ, ମରାୟସ ଇରାସ୍ମସ, ମାଇକେଲ ଗଫ, ନୀତିନ ମେନନ, ପଲ ରାଇଫଲ, ପଲ ୱିଲସନ, ରିଚାର୍ଡ ଇଂଲିଙ୍ଗୱର୍ଥୀ, ରିଚାର୍ଡ କେଟଲବୋରୋ ଓ ରଡନୀ ଟକର ।

Leave A Reply

Your email address will not be published.