Latest Odisha News

BREAKING NEWS

ୟୁକ୍ରେନ ବିବାଦର ସମାଧାନ ପାଇଁ ଭାରତ ରାଜି; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀଋଷ-ୟୁକ୍ରେନ୍ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ସହଯୋଗ କରିବାକୁ ରାଜି। ଶନିବାର  ଜର୍ମାନୀ ଚାନ୍‌ସେଲର ଓଲାଫ ସୋଲ୍‌ଜଙ୍କ ସହ ବୈଠକ ପରେ ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ମିଳିତ ଜାତିସଂଘର ସାଧାରଣ ସଭାରେ ଭାରତ ଋଷ ବିରୋଧୀ ଭୋଟିଂରୁ ବିରତ ରହିବା ପରେ ବିଭିନ୍ନ ଦେଶ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଶାନ୍ତି ପାଇଁ ହୋଇଥିବା ଭୋଟିଂରେ ଭାରତ ଭାଗ ନେବାର ଥିଲା ବୋଲି ଅଭିଯୋଗ କରିଥିଲେ। ତେବେ ଶନିବାର ଓଲାଫଙ୍କ ସହ ବୈଠକ କରି ମୋଦୀ କହିଛନ୍ତି ଯେ ଯୁଦ୍ଧ ଆରମ୍ଭରୁ ଭାରତ ଶାନ୍ତିର ସମାଧାନ କଥା କହି ଆସୁଛି। ଆଲୋଚନା ଓ କୂଟନୈତିକ ସ୍ତରରେ ସମାଧାନ କରିବାକୁ ଓକିଲାତି କରି ଆସିଛି। ୟୁକ୍ରେନ୍‌ରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସବୁ ପ୍ରକାର ସହଯୋଗ କରିବାକୁ ରାଜି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଓଲାଫ ୨୦୨୧ ଡିସେମ୍ବର ନିର୍ବାଚନ ଜିତି ଜର୍ମାନୀ ଚାନ୍‌ସେଲର ହେବା ପରେ ସେ ପ୍ରଥମ ଭାରତ ଗସ୍ତର ଆସିଛନ୍ତି। ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ, ନୂଆ ଟେକ୍ନୋଲୋଜୀ ଓ ଜଳବାୟୁ ପରିବର୍ତ୍ତନ ଦିଗରେ ଦ୍ୱିପାଖିକ ସହଯୋଗ ବଢାଇବାକୁ ଆଲୋଚନା ହୋଇଛି। ତା ସହିତ ବର୍ଷେ ହେଲା ଋଷ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ବିଶ୍ୱ ସ୍ତରରେ ପଡ଼ିଥିବା ପ୍ରଭାବ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।

ମିଳିତି ସାମ୍ବାଦିକ ସମ୍ମିଳନୀରେ ଜର୍ମାନୀ ଚାନ୍‌ସେଲର କହିଛନ୍ତି ଯେ ୟୁକ୍ରେନ୍ ବିରୋଧରେ ଋଷର ଆକ୍ରୋଶ ଏକ ବଡ଼ ବିନାଶ। ଯାହା ସାରା ବିଶ୍ୱ ଉପରେ ଏହାର ପ୍ରଭାବ ପଡ଼ିଛି। ଏ ଦିଗରେ ଆମର ଆଭିମୁଖ୍ୟ କଣ ତାହା ସ୍ପଷ୍ଟ ହୋଇସାରିଛି। ଜାତିସଂଘ ମଧ୍ୟ ଏ ଦିଗରେ ବାରମ୍ବାର ଚିନ୍ତା ବ୍ୟକ୍ତ କରିଛି।

ଏହାପରେ ମୋଦୀ ଗଣମାଧ୍ୟମକୁ ଦେଇଥିବା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି “ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହି ବିବାଦକୁ ଆଲୋଚନା ଓ କୂଟନୈତିକ ସ୍ତରରେ ସମାଧାନ କରିବାକୁ କହିଆସୁଛୁ। ତେଣୁ ୟୁକ୍ରେନ ବିବାଦର କୌଣସି ବି ଶାନ୍ତି ପ୍ରକ୍ରିୟାରେ ଭାରତ ସହଯୋଗ କରିବାକୁ ରାଜି।”

ସେହିପରି ସୀମା ପାର୍ ଆତଙ୍କବାଦକୁ ନେଇ ମୋଦୀ କହିଛନ୍ତି ଯେ ଭାରତ ଓ ଜର୍ମାନୀ ମିଶି ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି। ସୀମାପାର ଆତଙ୍କବାଦକୁ ଦମନ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଦୁଇଦେଶ ସହମତି ପ୍ରକାଶ ପ୍ରକାଶ ପାଇଛି। ଅନ୍ୟପଟେ ଜର୍ମାନୀ ଚାନ୍‌ସେଲର ମଧ୍ୟ ସୀମା ପାର ଆତଙ୍କବାଦକୁ ସମାଲୋଚନା କରିଛନ୍ତି। କୌଣସି ବି ଦେଶ ହିଂସା ମାଧ୍ୟମରେ ଦେଶରେ ସୀମାରେ ପରିବର୍ତ୍ତନ କରିପାରିବ ନାହିଁ। ଏହା ମୌଳିକ ନିୟମର ବିରୋଧ ବୋଲି ସେ କହିଛନ୍ତି।

Leave A Reply

Your email address will not be published.