Latest Odisha News

BREAKING NEWS

ଆସନ୍ତାବର୍ଷ ଏସସିଓ ଆୟୋଜନ କରିବ ଭାରତ, ମିଳିଲା ସଂଗଠନର ସଭାପତି ଦାୟିତ୍ବ

ସମରକନ୍ଦ: ପୁଣି ବିଶ୍ବସ୍ତରରେ ଭାରତକୁ ବଡ଼ ପଦବୀ ସହ ସମ୍ମାନ ମିଳିଛି ।  ଆସନ୍ତା ବର୍ଷ ଭାରତ ସାଂଘାଇ ସହଯୋଗ ସଂଗଠନ ବା ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି । ଏହାସହ ଭାରତ ସଂଗଠନର ସଭାପତି ପଦ ଗ୍ରହଣ କରିବ ବୋଲି ନିଷ୍ପତ୍ତି ହୋଇଛି । ଉଜବେକିସ୍ତାନରେ ଚାଲିଥିବା ଏସସିଓ ବୈଠକ ବେଳେ ଏ ନେଇ, ଉଜବେକିସ୍ତାନ ରାଷ୍ଟ୍ରପତି, ଋଷ ରାଷ୍ଟ୍ରପତି ଏବଂ ଚୀନ ରାଷ୍ଟ୍ରପତି ମଧ୍ୟ ଭାରତକୁ ସମର୍ଥନ କରିଛନ୍ତି । ଏହା ସହିତ ନୂଆ ସଭାପତି ଭାରତକୁ  ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ତିତିରେ  ଭାରତକୁ ସବୁ ପ୍ରକାରର ସହଯୋଗ କରାଯିବ ବୋଲି ଜିନପିଙ୍ଗ୍ ପ୍ରତିଶ୍ରୁତି ଦେଇଛନ୍ତି ।

BjdElectrycity

ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ସାଂଘାଇ ସହଯୋଗ ସଂଗଠନର ନୂଆ ସଭାପତି ଭାରତକୁ ଅଭିନନ୍ଦନ ଜଣାଇବା ସହ ସମର୍ଥନ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଏସବୁ ଆଲୋଚନା ହୋଇ ନିଷ୍ପତ୍ତି ହୋଇଛି ।

ଏହି ସମ୍ମିଳନୀରେ ମୋଦୀ କହିଛନ୍ତି ଯେ, ସଂଗଠନର ସବୁ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଓ ଭରସାକୁ ଭାରତ ସବୁବେଳେ ସମ୍ମାନ ଦେବାସହ ସମର୍ଥନ କରୁଛି । କରୋନା ମହାମାରୀ ପରେ  ସ୍ବାସ୍ଥ୍ୟକ୍ଷେତ୍ରରେ ସବୁ ରାଷ୍ଟ୍ର ଏକଜୁଟ ହୋଇ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ  ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି । ଆଲୋଚନା ବେଳେ ଦୁଇ ନେତା ହସଖୁସିରେ ଆଲୋଚନା କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.