Latest Odisha News

BREAKING NEWS

ଭାରତ-ଆମେରିକା ଡିଫେନ୍ସ ଡିଲ ଦେଖି ପାକିସ୍ତାନ-ଚୀନର ହଜିଲା ନିଦ

ୱାଶିଂଟନ: ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତର ପ୍ରଭାବ ସାମରିକ କ୍ଷେତ୍ରରେ ଗଭୀର ପ୍ରଭାବ ପକାଇବ  । ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦି ପ୍ରିଡେଟର ଡ୍ରୋନ ଏବଂ ଜେଟ ଇଞ୍ଜିନ ନିର୍ମାଣ ଡିଲରେ ସ୍ୱାକ୍ଷର କରିଛନ୍ତି । ଏଥିସହିତ ସେମି କଣ୍ଡକ୍ଟର ପ୍ରସ୍ତୁତି ପାଇଁ ପ୍ରସଙ୍ଗରେ ମଧ୍ୟ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି । ତେବେ ଦୁଇ ଦେଶ ମଧ୍ୟ ଏପରି ଡିଫେନ୍ସ ଡିଲକୁ ନେଇ ଚିନ୍ତାରେ ପଡିଛନ୍ତି ଦୁଇ ପଡୋଶୀ ଚୀନ ଓ ପାକିସ୍ତାନ । ଭାରତର ସାମରକ ଶକ୍ତି ବୃଦ୍ଧି ସେମାନଙ୍କ ଆଖିରୁ ନିଦ ହଜାଇ ଦେଇଛି । ଭାରତ-ଆମେରିକା ମଧ୍ୟରେ ବଢୁଥିବା ବନ୍ଧୁତା ଚୀନ ଓ ପାକିସ୍ତାନ ପାଇଁ ଏକ ବଡ ଚାଲେଞ୍ଜ ହେବ ।

ଏଠି କହିରଖିବୁ, ଭାରତ-ଆମେରିକା ମଧ୍ୟରେ 31 MQ9 ଡ୍ରୋନ କିଣିବା ନେଇ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହି ଡ୍ରୋନର ଦାମ ପାଖାପାଖି ୨୫ ହଜାର କୋଟି ହେବ । ଏହି ଡ୍ରୋନ ବିଶ୍ୱର ସବୁଠାରୁ ବିପଦଜ୍ଜନକ ଡ୍ରୋନ ବୋଲି କୁହାଯାଉଛି । ଏହା ୨୪ ଘଣ୍ଟାରୁ ଅଧିକ ସମୟ  ପର୍ଯ୍ୟନ୍ତ ୫୦ ହଜାର ଫୁଟ ଉଚ୍ଚରେ ଅଦୃଶ୍ୟ ଭାବେ ଉଡିପାରେ । ହେଲେ ଏଥିରେ ଯେଉଁ ଉଚ୍ଚ ଶକ୍ତି ସମ୍ପନ୍ନ କ୍ୟାମେରା ଲାଗିଛି ସେଥିରେ ଶତ୍ରୁର ଗତିବିଧି କଣ୍ଟ୍ରୋଲ ରୁମକୁ ପହଞ୍ଚାଇବ । ମିସାଇଲ ବି ମାଡ କରିପାରିବ, ବୋମା ଖସାଇ ପାରିବ । ଏହାର ରେଞ୍ଜ ୧୨୦୦ କିଲୋମିଟର  ଏବଂ ଏହାକୁ ଦୂରରୁ କଣ୍ଟ୍ରୋଲ କରିବା ଅତି ସହଜ ।

ସେହିପରି ଭାରତ-ଆମେରିକା ମଧ୍ୟରେ ଜେଟ ଇଞ୍ଜିନ ନିର୍ମାଣକୁ ନେଇ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହି ଅନୁସାରେ, ତେଜସ ଲାଇଟ କମ୍ବେଟ ଏୟାରକ୍ରାଫ୍ଟ MK2 ପାଇଁ ଭାରତରେ ଇଞ୍ଜିନ ତିଆରି ହେବ । ଏହା ସହିତ ଭାରତ-ଆମେରିକା ମଧ୍ୟରେ M777 ଲାଇଟ ୱେଟ ହାଭିଲଜର ନିର୍ମାଣକୁ ନେଇ ବୁଝାମଣା ହୋଇଛି । କମ୍ପ୍ୟୁଟର ଚିପ କମ୍ପାନୀ ମାଇକ୍ରନ ସହ ଏକ ବୁଝାମଣା ମଧ୍ୟ ହେଇଛି ଏବଂ ମାଇକ୍ରୋନ ଗୁଜରାଟରେ ତାର କମ୍ପାନୀ ଖୋଲିବ ।

ମାଇକ୍ରୋନ କମ୍ପାନୀ ଭାରତରେ ୨.୭୪ ଅରବ ଡଲାର ନିବେଶ କରିବ । ଏଥିସହିତ ନାଶା ଏବଂ ଇସ୍ରୋ ମଧ୍ୟରେ ମିଳିତ ଭାବେ କାମ କରିବେ ବୋଲି ମଧ୍ୟ ବୁଝାମଣା ହୋଇଛି । ଭାରତ ଆମେରିକା ମଧ୍ୟରେ ଟେକ ରିସର୍ଚ୍ଚ, ସ୍ପେଶ ଅଭିଯାନ, କ୍ୱାଣ୍ଟମ ଟେକନୋଲଜି,  ସେମି କଣ୍ଡକ୍ଟର ସପ୍ଲାଇ ଚେନ ପ୍ରସଙ୍ଗରେ ମଧ୍ୟ ବୁଝାମଣା ହୋଇଛି । ତେବେ ଡିଫେନ୍ସ ଡିଲ ବ୍ୟତୀତ ସୁପରପାୱାର ଦେଶର ଅଗଣାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯେପରି ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା ତାହାକୁ ଦେଖି ସାରା ବିଶ୍ୱ ସ୍ତବ୍ଧ ।

Leave A Reply

Your email address will not be published.