Latest Odisha News

BREAKING NEWS

ଭାରତ-ୱେଷ୍ଟଇଣ୍ଡିଜ ୨ୟ ଟି-୨୦ ମ୍ୟାଚ ପୂର୍ବରୁ ବଦଳିଲା ଷ୍ଟାଡିୟମର ନାମ

ନୂଆଦିଲ୍ଲୀ : ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ୩ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ୨ୟ ମ୍ୟାଚ ମଙ୍ଗଳବାର ଦିନ ଲକ୍ଷେ୍ନøରେ ଖେଳାଯିବ ।

କୋଲକାତାରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଥିବା ଭାରତୀୟ ଦଳ ଆଜିର ମ୍ୟାଚରେ ସିରିଜ ହାତେଇବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ ।

ସେହିପରି ୱେଷ୍ଟଇଣ୍ଡିଜ ଦଳ ମଧ୍ୟ ଏହି ସିରିଜ ଜିତି ଶୃଙ୍ଖଳାକୁ ବରାବର କରିବା ଲକ୍ଷ୍ୟ ନେଇ ଟିମ୍ ଇଣ୍ଡିଆକୁ ସାମନା କରିବ । ଦର୍ଶକମାନଙ୍କ ପାଇଁ ଆଜିର ମ୍ୟାଚ୍ ରୋମାଞ୍ଚପୂର୍ଣ୍ଣ ହେବ ।

ଭାରତୀୟ ଦଳ ପୂର୍ବରୁ କାରବିଆନ ଦଳକୁ ଟେଷ୍ଟ ସିରିଜରେ ୨-୦ରେ ମାତ ଦେଇଥିଲା । ପରେପରେ ଦିନିକିଆ ସିରିଜରେ ଇଣ୍ଡିଜ ଦଳକୁ ୩-୧ରେ ହରାଇ ବିଜୟ ଅବ୍ୟାହତ ରଖିଛି ।

ସବୁଠାରୁ ଖାସ କଥା ହେଉଛି ଏହି ୨ୟ ଟି-୨୦ ମ୍ୟାଚ ଲକ୍ଷେ୍ନøର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିଲାବେଳେ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଏହି ଷ୍ଟାଡିୟମର ନାମ ବଦଳାଇ ଦିଆଯାଇଛି । ଏହି ଷ୍ଟାଡିୟମର ନାମ ବଦଳା ଯାଇ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଇଛି । ଏବେ ଏହା ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଅର୍ନ୍ତରାଷ୍ଟ୍ରୀୟ କିକ୍ରେଟ ଷ୍ଟାଡିୟମ ନାମରେ ଜଣାଯିବ ।

Leave A Reply

Your email address will not be published.