Latest Odisha News

ଆଜି ମାଲକାନଗିରି ଗସ୍ତ କରୁଛନ୍ତି ଡିଜିପି ଆର୍ ପି ଶର୍ମା

ଭୁବନେଶ୍ୱର : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପାପଲୁରୁ ନିକଟସ୍ଥ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଘଟିଥିବା ଏନକାଉଣ୍ଟରର ସମୀକ୍ଷା ପାଇଁ ମଙ୍ଗଳବାର ଦିନ ପୋଲିସ ଡିଜିପି ଆର୍ ପି ଶର୍ମା ମାଲକାନଗିରି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ ଡିଜିପି ତାଙ୍କର ଏହି ଗସ୍ତରେ ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ସ୍ଥିତି ସମୀକ୍ଷା କରିବା ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ ।

ଏହି ବୈଠକରେ ଡିଆଜି ଆଶିଷ କୁମାର ସିଂହ, ଏଡିଜି (ଅପରେସନ), ଏସଓଜି କମାଣ୍ଡାଣ୍ଟ୍ ଏବଂ ମାଲକାନଗିରି ଏସପି ଜଗମୋହନ ମୀନା ପ୍ରମୁଖ ଉପସ୍ଥିତ ରହିବେ ।

ଅନ୍ୟପକ୍ଷରେ ପାପଲୁରୁରେ ମୁହାଁମୁହିଁ ହୋଇଥିବା ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ଗୁଳି ବିନିମୟରେ ୫ଜଣ ମାଓବାଦୀ ନିହତ ହୋଇଥିଲେ ।

ଅଧିକ ପଢନ୍ତୁ:-  ମାଲକାନଗିରି: ପୋଲିସ ଏନକାଉଣ୍ଟରରେ ୫ ମାଓବାଦୀ ନିହତ

ଏହି ଘଟଣାରେ ସୋମବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ଡିଜିପି କହିଥିଲେ, “ଏହା ରାଜ୍ୟ ପୋଲିସ ପାଇଁ ଏକ ବଡ ସଫଳତା ଓ ମାଓଦମନ ରଣନୀତିରେ ସୂଚାରୁ ରୂପେ ପରିଚାଳନା କରାଯାଇଛି” ।

Leave A Reply

Your email address will not be published.